ନବୋଦୟ ପରିକ୍ଷା ରେ ୧୨୦ ରୁ ୯୫ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଲେ

0
286

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)କାଲି ଡାବୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବୋଦୟ ପରିକ୍ଷା କେନ୍ଦ୍ର ହୋଇ ଥିବାବେଳେ ୧୨୦ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେବା ପାଇଁ ସମସ୍ତ କାଗଜ ପତ୍ର ସମ୍ପୃକ୍ତ ବିଦ୍ୟାଳୟ ରେ ମହଜୁତ୍ ଥିଲା।ମାତ୍ର କୌଣସି ଅସୁବିଧା ବଶତଃ ୨୫ ଜଣ ଛାତ୍ର ଛାତ୍ରୀ ପରିକ୍ଷା କେନ୍ଦ୍ରକୁ ଆସି ନ ଥିବାରୁ ପରିକ୍ଷା ଦେବାରୁ ବଂଚିତ ରହିଗଲେ।ତେବେ ସମ୍ପୃକ୍ତ ବିଦ୍ୟାଳୟ ର ଆଦର୍ଶ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ସୁପରିଟେଣ୍ଡେଣ୍ଟ ଦାୟିତ୍ଵ କୁ ସୂଚାରୁରୂପେ ସମ୍ପାଦନ କରିଥିବା ବେଳେ ୧୦ ଟି ହଲ ରେ ୯୫ ଜଣ ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ୍ କଟକଣା ଅନୁସାରେ ମୁହଁରେ ମାସ୍କ୍ ଓ ସାମାଜିକ ଦୂରତା ରକ୍ଷା କରି ଶାନ୍ତି ଶୃଙ୍ଖଳା ରେ ପରିକ୍ଷା ସମ୍ପାଦନ କରାଯାଇଥିଲା।୧୧ ଜଣ ପରୀକ୍ଷା ନିରିକ୍ଷକ ଭାବେ ରହିଥିବାବେଳେ ୧୦ ଟି ହଲରେ ୯୫ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଇ ଥିବା ବେଳେ ୨୫ ଜଣ ଅନୁପସ୍ତିତ ଥିଲେ।ରିଜର୍ଭ ରେ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ ରହିଥିଲେ।ସୁପରିଟେଣ୍ଡେଣ୍ଟ ଙ୍କ ସହ ଏପରି ମୋଟ ୧୩ ଜଣ ପରିକ୍ଷା ଦାଇତ୍ୱ ରେ ରହିଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here