ଆନ୍ତର୍ଜାତିକ ଯୁବ ଦିବସ ପାଳିତ

0
335

ଭଞ୍ଜନଗର: ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ” ତରଫରୁ ଅନଲାଇନ୍ ମାଧ୍ୟମରେ ଏଚ୍. ଆଇ. ଭି , ଟି. ବି ଓ ସ୍ଵେଚ୍ଛାକୃତ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ରେ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ର ୧୫୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ, ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ମାନେ ଭାଗ ନେଇଥିଲେ । ପରେ ପରେ ଆନ୍ତର୍ଜାତିକ ଯୁବ ଦିବସ ଉପଲକ୍ଷେ ଜାତୀୟ ଏଡ଼ସ ନିୟନ୍ତ୍ରଣ ସଂସ୍ଥା, ଓଡ଼ିଶା ରାଜ୍ୟ ନିୟନ୍ତ୍ରଣ ସଂସ୍ଥା ଓଡ଼ିଶା ସରକାରଙ୍କ ତରଫରୁ ଗଞ୍ଜାମ ଜିଲ୍ଲାର ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ର କଲେଜ ପରିସର ମଧ୍ୟରେ ଏଡ଼ସ ସୁରକ୍ଷା, ଟି. ବି. , ସ୍ବେଚ୍ଛାକୃତ ରକ୍ତଦାନ ଓ କରୋନା ସଂକ୍ରାନ୍ତୀୟ ପ୍ରବନ୍ଧ ପ୍ରତିଯୋଗିତା ଓ ଫେସ୍ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ପରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ନୃସିଂହ ଚରଣ ପ୍ରଧାନଙ୍କ ସଭାପତତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଅଧ୍ୟକ୍ଷ ସ୍ବେଚ୍ଛାସେବୀ ମାନଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥଭାବେ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ ଅଧ୍ୟକ୍ଷ ପ୍ରଫେସର ସନାତନ ସାହୁ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କରୋନା, ଏଡ଼ସ ସୁରକ୍ଷା ଦିଗରେ ଯୁବ ସମାଜର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରବନ୍ଧ ପ୍ରତିଯୋଗିତା ରେ ୨୫ ଜଣ ସ୍ଵେଚ୍ଛାସବୀ ଓ ଫେସ୍ ପେଣ୍ଟିଂ ପ୍ରତିଯୋଗିତା ରେ ୮ ଜଣ ସ୍ଵେଚ୍ଛାସବୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସଂଯୋଜନା କରିଥିଲେ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଓ ଧନ୍ୟବାଦ ଅର୍ପଣ କରିଥିଲେ ଡିଗ୍ରୀ କଲେଜ କାଉନସିଲର ସରୋଜ କୁମାର ନାୟକ । ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ICTC ପରାମର୍ଶ ଦାତା ପ୍ରଶାନ୍ତ କୁମାର ଦାଶ ଓ TB ପରାମର୍ଶ ଦାତା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବିଷୟରେ ଅନଲାଇନ ମାଧ୍ୟମରେ ରେଖା ନାୟକ, ସୁଭସ୍ମିତା ଦାଶ ଓ ବର୍ଣାଳି ନାୟକ ଭିଡିଓ ବାର୍ତ୍ତା ପ୍ରେରଣ କରିଥିଲେ । ଫେସ୍ ପେଣ୍ଟିଂ ରେ ପି.ତୁଳସୀ ସେନାପତି,ରେଖା ନାୟକ, ଜ୍ଞାନପ୍ରଭା ପ୍ରଧାନ, ସ୍ୱାଗତିକା ପ୍ରଧାନ, ଜିତୁ ବାରିକ, ପି. ଚନ୍ଦନ ସେନାପତି, ସମ୍ବିତ କୁମାର ଗୌଡ଼ ଓ ସୌମ୍ୟ ରଞ୍ଜନ ନାୟକ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ ପି. ସଂଘମିତ୍ରା ଅଚାରି, ଅର୍ଚ୍ଚନା ବେହେରା ବର୍ଷାରାଣୀ ନାୟକ, ବିଚିତ୍ରା ନାୟକ, ସଙ୍ଗୀତା ପାତ୍ର, ସୌଜନ୍ୟା କୁମାରୀ ବେହେରା, ରାଜା ନାୟକ, ଅନନ୍ତ ଶ୍ରୀ ନାରାୟଣ ମହାପାତ୍ର, ଚୁମୁକି ସାହୁ, ଚନ୍ଦନ ବିଶ୍ଵାଳ, ଅଶୋକ ବାରିକ, ଦୁର୍ଗା ମାଧବ ନାୟକ, ଜୀବନ ଜ୍ୟୋତି ନାୟକ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here