ପ୍ରବାସୀ ଅନ୍ତେବାସୀଙ୍କୁ ବିଦାୟ ସମ୍ବର୍ଦ୍ଧନା

0
402

ଜଗନ୍ନାଥ ପ୍ରସାଦ (ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବରଗାଁ ଧରଣୀଧର ଉଚ୍ଚ ବିଦ୍ୟାଳୟ ସଂଘରୋଧ ଠାରେ ସୋମବାର ଦିନ ପ୍ରବାସୀ ଓଡ଼ିଆ ଫେରନ୍ତା ମାନଙ୍କ ନିମନ୍ତେ ଏକ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। କରୋଣ୍ଟାଇନ ସେଣ୍ଟର ଠାରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅବଧି ସରି ଯାଇଥିବା ଯୋଗୁଁ ସେମାନଙ୍କୁ ସକାଳ ନିତ୍ୟକର୍ମ ସାରିବା ପରେ ବରଗାଁ ଗ୍ରାମ ପଞ୍ଚାୟତ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ନିଜ ଗ୍ରାମକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ସମସ୍ତେ ସୁସ୍ଥ ଥିବା ଯୋଗୁଁ ସମସ୍ତଙ୍କୁ ସୁସ୍ଥତା ନିମନ୍ତେ ପଞ୍ଚାୟତ ତରଫରୁ କ୍ୟାରେଣ୍ଟାଇନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ସରପଞ୍ଚ ଉମା ଶଙ୍କର ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ଏବଂ ଧରଣୀଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର ନାଥ ସାମଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଯୋଗଦାନ କରି ପ୍ରବାସୀ ଓଡ଼ିଆ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ପଞ୍ଚାୟତ ତରଫରୁ ସେମାନେ ଯିବାନିମନ୍ତେ ଗାଡିର ବ୍ୟବସ୍ଥା କରି ନିଜ ନିଜ ଗ୍ରାମରେ ଛଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here