୩୨ କିଲୋ ଗଞ୍ଜେଇ ଜବତ , ୩ ବାଇକ ସହ ୨ ଗିରଫ

0
367

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା) କୋଷାଗୁମୁଡ଼ା ଥାନା ପୋଲିସ କୁ ଏକ ବଡ ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ବେଳେ ୩୨ କିଲୋ ଗଞ୍ଜେଇ ସହ ୩ଟି ବାଇକ ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରିଫ କରିଛି ପୁଲିସ ।
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ବାମୁଣି ପଞ୍ଚାୟତ ର ଗୁମୁଣ୍ଡଳୀ ଛକ ଠାରେ ମଙ୍ଗଳବାର ଅପରାହ୍ଣ ୫ ଟା ବେଳେ ପୋଲିସ ଗାଡି ମଟର ଯାଞ୍ଚ ସମୟରେ କୋଟପାଡ଼ ରୁ କୋଷାଗୁମୁଡ଼ା ଆଭିମୁଖେ ତିନୋଟି ବାଇକ ସାହାଯ୍ୟ ରେ ୟାମାହା (OR10C6200),ପଲସର (OD10Q7950) ଆଉ ଏକ ପଲସର (OD10 P 1970) ) ୫ଜଣ ବ୍ୟକ୍ତି ୩୨କିଲୋ ଗଞ୍ଜେଇ ଏକ ବ୍ୟାଗ ରେ ଧରି ଆସୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲେ ।  ସେହି ୫ଜଣ ବ୍ୟକ୍ତି ମଧ୍ୟରୁ କେବଳ ୨ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ଥିଲେ ଓ ଅନ୍ୟ ମାନେ ଖସି ଯାଇଥିଲେ । ସେହି ଦୁଇ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅନ୍ତର୍ଗତ କାଦପଦର ଗାଁର ଘନ ନାୟକ (୧୮)  ଓ ଆଉ ଜଣେ କଦମ୍ବଗୁଡା ଗାଁର ବୈଦ ପୂଜାରୀ (୨୩) ବୋଲି ଜଣା ପଡିଛି । କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ଙ୍କ ଉପସ୍ଥିତି ରେ ଗଞ୍ଜେଇ କୁ ଓଜନ କରି ସିଲ କରାଯାଇଥିଲା । କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘ ଙ୍କ ନେତୃତ୍ୱ ରେ ଏସଆଇ ଆଲୋକ ପ୍ରସାଦ ଭୋଇ , ରାମଚନ୍ଦ୍ର ନାୟକ, ବ୍ୟାସ କୁମାର ଜାନୀ, ଶୁଭେନ୍ଦୁ ଭତ୍ରା, ଦେବାନନ୍ଦ ପନକା ଙ୍କ ଏକ ଟିମ ଏହି ଗଞ୍ଜେଇ ଚୋରା ଚାଲାଣ କାରୀ ଅଭିଯୁକ୍ତକୁ ଗୋଡେଇ ଗୋଡେଇ ଧରିଥିଲେ । କୋଷାଗୁମୁଡ଼ା ଥାନା ରେ ଏକ ଏନ୍ଡ଼ିପିଏସ କେସ ନମ୍ବର ୧୪୩/୨୧ ପ୍ରକାରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ଦୁଇଜଣ ଙ୍କୁ ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ବୋଲି କୋଷାଗୁମୁଡ଼ା ଥାନା ଅଧିକାରୀ ଶ୍ରୀ ଦୁର୍ଗା ମାଧବ ବାଘ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here