ବେଗୁନିଆପଡ଼ା ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭିମନ୍ୟୁ ସ୍ଵାଇଁ

0
218

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଏବଂ ସମ୍ପାଦକ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ଅଭିମନ୍ୟୁ ସ୍ଵାଇଁ । ଶିକ୍ଷା ବିଭାଗର ନିର୍ଦ୍ଦେଶେନାମା ଅନୁଯାୟୀ ଶ୍ରୀ ସ୍ଵାଇଁ ଆଜି ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ପୂର୍ବରୁ ସ୍ଵର୍ଗତ ସନ୍ତୋଷ କୁମାର ପଣ୍ଡା ଏହାର ଅଧ୍ୟକ୍ଷ ଥିଲେ । ଗତ କୋଭିଡ୍ ଦ୍ଵିତୀୟ ଲହର ସମୟରେ ଶ୍ରୀ ପଣ୍ଡା ଙ୍କ ଅକାଳ ବିୟୋଗ ହୋଇଥିଲା । ଫଳରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ଶିକ୍ଷାବିଭାଗ ର ନିର୍ଦ୍ଦେଶନାମା ପରେ ଆଜି ଶ୍ରୀ ସ୍ୱାଇଁ ଦାୟିତ୍ତ୍ଵ ଭାର ଗ୍ରହଣ କରିଛନ୍ତି । ଶ୍ରୀ ସ୍ଵାଇଁ ସୂଚାରୁ ରୂପେ ନିଜର ଦାୟିତ୍ଵ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ଶ୍ରୀ ସ୍ଵାଇଁ ଙ୍କୁ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here