ଓଜନ ଓ ମାପ ବିଭାଗ ତରଫରୁ ଚଢାଉ, ଜୋରିମାନା ଆଦାୟ

0
635

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶରେ ଉପଖଣ୍ଡସ୍ତରୀୟ ପ୍ରଶାସନ ମାପ ଓ ଓଜନ ବିଭାଗ ତରଫରୁ ବ୍ରହ୍ମପୁର ଦେଶୀବେହେରା ସାହିରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଯାଞ୍ଚ ସମୟରେ ଦେଖାଯାଇଥିଲା ଯେ,ଖାଇବା ତେଲ ଟିଣରେ ଇମେଲ୍ ଠିକଣା ଓ ବିକ୍ରୀ ମୂଲ୍ୟ ନଥିବା ହେତୁ ତେଲା ପ୍ରସ୍ତୁତ କାର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩୦,୦୦୦ ଟଙ୍କା ଜୋରିମାନା ଆଦାୟ କରାହୋଇଛି ଏବଂ ଗୋଟିଏ ଚିନି ହୋଲସେଲର ବ୍ୟବହାର କରୁଥିବା ଓଜନ ମାପ ଯନ୍ତ୍ରର କାଗଜପତ୍ର ଦେଖାଇ ପାରିନଥିବା ଯୋଗୁଁ କାର୍ଯ୍ୟ ଅନୁଷ୍ଠାନ କରାଯାଇ ୧୫,୦୦୦ ଟଙ୍କା ଜୋରିମାନା ଆଦାୟ କରାହୋଇଛି ।
ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ଶ୍ରୀ ଜ୍ଞାନଜିତ ତ୍ରିପାଠୀ,ସହକାରୀ ନିୟନ୍ତ୍ରକ ସ ଶ୍ରୀ ତ୍ୟଜିତ ବିଶ୍ୱାଳ ଏବଂ ଶ୍ରୀ ଶିଶିର ସାହୁ ଅଂଶଗ୍ରହଣ କରିଥିଲେ | ଆଗାମୀ ଦିନରେ ଏହିପରି ଚଢ଼ାଉ ଉପଖଣ୍ଡରେ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here