ଦିନିକିଆ ବ୍ରହ୍ମପୁର ଗସ୍ତରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ; ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ

0
609

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ବିଏମ୍ସିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଏବଂ କିଛି ପ୍ରକଳ୍ପ ପାଇଁ ଭିତିପ୍ରସ୍ତରର ଶୁଭ ମଧ୍ୟ ଦେଇଥିଲେ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।
ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ ପୌରାଞ୍ଚଳ,ଗ୍ରାମାଞ୍ଚଳ ଓ ମହାନଗର ନିଗମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଓ ଆଗାମୀ ୫ବର୍ଷ ମଧ୍ୟରେ ପାନୀୟ ଜଳ ସଙ୍କଟ ଦୂର ହେବ । ସରକାରଙ୍କ ଯୋଜନାଗୁଡ଼ିକ କିପରି ସାଧାରଣ ଲୋକ ତଥା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ,ଏହି ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉଛି । ଏହି ଅବସରରେ ବିଏମ୍ସି ପରିସରରେ ପ୍ରାୟ ୭ କୋଟି ଟଙ୍କା ବିନିମୟରେ ସହରର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହ ଆପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଦିଗରେ କାନାଡା ଟେକ୍ନୋଲୋଜିରେ ପ୍ରସ୍ତୁତ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଓ ସିଟି ସର୍ଭେଲାନ୍ସ ସିଷ୍ଟମର ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ନିଗମ କୋଠାର ସୋଲାର ସିଷ୍ଟମ ବ୍ୟବସ୍ଥା ଓ ତୃତୀୟ ମହଲା କୋଠାକୁ ମଧ୍ୟ ସେ ଉଦ୍ଘାଟନ କରିଥିଲେ। ପରେ ଟାଉନ୍ହଲ ପରିସରରେ ଅନୁଷ୍ଠିତ ‘ସାମାଜିକ ସୁରକ୍ଷା ଭତ୍ତା’ ଓ ଭିନ୍ନକ୍ଷମ ସ୍ବୟଂସହାୟକ ଗୋଷ୍ଠୀଗୁଡିକର ଉନ୍ନୟନ ପାଣ୍ଠି ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁନଃ ନିର୍ମାଣ ହୋଇଥିବା ନୂତନ ଡାଇମଣ୍ଡ ଜୁବିଲି ଟାଉନହଲକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ।

୧୩ ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫୦ହଜାର ଟଙ୍କା ଲେଖାଏ ଉନ୍ନୟନ ପାଣ୍ଠି, ୨୨ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଋଣ ପ୍ରଦାନ ଅର୍ଡର ଓ ୫୩୬ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକମର ଆୟୋଜନ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରାଯାଇଥିଲା । ଏଥିସହ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଜନସାଧାରଣ ଅଭିଯୋଗ ଦାଖଲ ନିମିତ୍ତ ବିଡିଏ କାର୍ଯ୍ୟାଳୟ ଓ ଖୋଡାସିଙ୍ଗିଠାରେ ଆରମ୍ଭ ହେବାକୁ ଥିବା ସିଙ୍ଗଲ ୱିଣ୍ଡୋ ସିଷ୍ଟମ ବ୍ୟବସ୍ଥାର ମଧ୍ୟ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ

LEAVE A REPLY

Please enter your comment!
Please enter your name here