ବାଇକ ସହ ଗଞ୍ଜେଇ ଜବତ , ୨ ଗିରଫ

0
929

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଆଳୁପଦର ଇନ୍ଦ୍ରାବତୀ ବ୍ରିଜ ଛକ ଠାରେ କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘଙ୍କ ତତ୍ୱାବଧାନ ରେ କୋଭିଡ ନିୟମନୁଯାଇ ମାସ୍କ ଓ ହେଲମେଟ ଗାଡ଼ି ଜାଞ୍ଚ ଚାଲିଥିଲା । ଏତିକି ବେଳେ ବିପରୀତ ଦିଗ ଛତିଶଗଡ଼ ସୀମା ନଗରନାର ପଟରୁ ଏକ ହିରୋ ଡିଲେକ୍ସ ବାଇକ ନମ୍ବର OD 10 Q 5616 ରେ ଦୁଇ ଜଣ ବ୍ୟକ୍ତି ଏକ ପଲିଥିନ ବସ୍ତା ରେ ପ୍ରାୟ ୧୫ କିଲୋ ଗଞ୍ଜେଇ ଧରି ଆସିବା ବେଳେ ପୁଲିସ କାବୁ କରିଥିଲା । ଏହି ଦୁଇ ଅଭିଯୁକ୍ତ ହେଲେ ସଞ୍ଜୟ ଖଣ୍ଡପାନ , ପିତା:- ପ୍ରହଲ୍ଲାଦ ଖଣ୍ଡପାନ, ଗ୍ରାମ – ଝଡ଼ିଆଗୁଡା ଓ ସେହି ଗ୍ରାମର ପଙ୍କଜ ବେରୁକୁ , ପିତା:-ଭକ୍ତ ବେରୁକୁ, ଦୁଇଜଣ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳର ବୋଲି କୋଷାଗୁମୁଡ଼ା ଥାନା ପକ୍ଷରୁ ସୂଚନା ମିଳିଛି । ସେହି ଦୁଇ ଅଭିଯୁକ୍ତ ଙ୍କୁ କୋଷାଗୁମୁଡ଼ା ଥାନା କେସ ନମ୍ବର 79/21 , US-20(b)(ii)(B) NDPS Act ଅନୁସାରେ ମାମଲା ରୁଜୁ କରି ଦୁହେଁଙ୍କୁ ନବରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ବୋଲି କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗା ମାଧବ ବାଘ ସୂଚନା ଦେଇଛନ୍ତି।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here