ଶ୍ୱଶୁର ଗୁଳିରେ ବୋହୁ ମୃତ।

0
558

ସୋରଡ଼ା / ବଡ଼ଗଡ଼ (ନିଲୁ ବିଶୋଇ) ବାପା ପୁଅ ମଧ୍ୟରେ ୫୦୦୦୦ ଟଙ୍କା ଋଣ କୁ ନେଇ ପ୍ରଥମେ ବଚସା ତା ପରେ ବାପା ରାଗି ଯାଇ ଏକ ଦେଶୀ ବନ୍ଧୁକ ଦ୍ୱାରା ନିଜ ପୁଅକୁ ଲକ୍ଷ ବେଧ କରି ଗୁଳି କରୁଥିବା ସମୟରେ ବୋହୁ ଗୁଳି ସାମ୍ନା କୁ ଚାଲି ଆସିଥିଲେ। ଫଳରେ ଘଟଣା ସ୍ଥଳରେ ବୋହୂର ମୃତ୍ୟୁ ହୋଇଥିଲା।ମୃତକ ଜଣକ ହେଲେ ରଶ୍ମିତା ମଲ୍ଲିକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବାରଭରଣିଆ ଗ୍ରାମ ରେ। ଗୁଳି କରି ଶ୍ୱଶୁର ଜଙ୍ଗଲ ଭିତରକୁ ଚାଲି ଯାଇଛି। ମିଳିଥିବା ସୂଚନା ମୁତାବକ ପୁଅ ମିଟୁ ମଲ୍ଲିକ ର ତିନିମାସ ତଳେ ବିବାହ ହୋଇଥିଲା।ବିବାହ ଖର୍ଚ୍ଚ ବାବଦକୁ ୫୦୦୦୦ ଟଙ୍କା ବାକି ରହିଥିଲେ। ବାପା ପୁଅ କୁ ଟଙ୍କା ସୁଝିବା କଥା କହିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା।ବାପା ପ୍ରଫୁଲ୍ଲ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ଘରେ ରଖିଥିବା ଦେଶୀ ଶିକାର ବନ୍ଧୁକ ରେ ପୁଅକୁ ଗୁଳି ମାରୁଥିବା ସମୟରେ ବୋହୁ ଆଗକୁ ଆସି ନିଜେ ଗୁଳିରେ ଟଳି ପଡିଥିଲା।ପୁଣି ପୁଅ ନିଜକୁ ବଞ୍ଚାଇ ବାକୁ ଘଟଣା ସ୍ଥଳରୁ ଜଙ୍ଗଲ ଆଡକୁ ଦୌଡ଼ି ଥିଲା ବାପା ମଧ୍ୟ ତା ପଛେ ପଛେ ମାରିବକୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି। ଘଟଣା ସ୍ଥଳରେ ବଡଗଡ଼ ପୋଲିସ ଟିମ ପହଂଚି ବାପା ପୁଅ କୁ ଖୋଯିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଛି।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକା ତଦନ୍ତ ଚଳାଇଛି।ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here