ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରୁ ସିରିଜ ଚୋରି

0
655

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରୁ ସିରିଜ ଚୋରି,ଏକାଧିକ ଘରରୁ ସୁନା, ରୁପା ସାମଗ୍ରୀ ସହ ଟଙ୍କା ଓ ମୋବାଇଲ ଚୋରି ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ନୂଆଁସାହି ର ବିନୋଦ ପାତ୍ର ,ସନ୍ତୋଷ କୁମାର ମାଝୀ ଓ ସୁରେଶ ମହାନ୍ତି ଙ୍କ ଘରେ ଚୋରି ହୋଇଛି । ବିନୋଦ ପାତ୍ରଙ୍କ ଘରୁ ଗୋଟିଏ ମୋବାଇଲ କିଛି ସୁନା ଓ ରୁପା ଅଳଙ୍କାର,ନଗଦ ଟଙ୍କା ଘରର ଆଲମାରୀ ଭାଙ୍ଗି ନେଇଛନ୍ତି । ସନ୍ତୋଷ କୁମାର ମାଝୀଙ୍କ ଘରୁ ଦୁଇଟି ମୋବାଇଲ,ସୁରେଶ ମହାନ୍ତିଙ୍କ ଘରୁ ତିନୋଟି ମୋବାଇଲ ନେଇଥିବା ସୂଚନା ମିଳିଛି| ଖବର ପାଇ ସଦର ଥାନା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଓରାମ ଓ ତାଙ୍କ ସହଯୋଗୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛନ୍ତି |

LEAVE A REPLY

Please enter your comment!
Please enter your name here