କାଲିର ରାସ୍ତାରୋକ ଯୋଗୁଁ ଆଜି ସାର ପାଇଲେ ଚାଷୀ:ଚାଷୀ ମନରେ ଖୁସିର ଲହରୀ

0
412

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ରେ ରାସାୟନିକ ସାର ର୍ ଘୋର ଅଭାବ ଯୋଗୁ ତହସିଲ କାର୍ଯ୍ୟାଳୟ କୁ ସବୁଦଳର ଚାଷୀ ସହ ଡାବୁଗାଁ କୃଷକ ମହାସଂଘ ଯାଇ ତହସିଲଦାର ଙ୍କ ସହ କଥା ବାର୍ତା ହୋଇ ଥିଲେ।ତହସିଲଦାର ଦୁଇ ଦିନରେ ସାର ମିଳିବାର ପ୍ରତିଶୃତି ଦେବାରୁ ସମସ୍ତ ଜନ ସାଧାରଣ ଫେରି ଆସି ଥିଲେ।କିନ୍ତୁ ଦୁଇ ଦିନରେ ସାର ଚାଷୀଙ୍କୁ ନ ମିଳିବାରୁ ମଙ୍ଗଳବାର ଦିନ ସମସ୍ତେ ଏକଜୁଟ ହୋଇ ତହସିଲ କାର୍ଯ୍ୟାଳୟ ରୁ ଏକ ରାଲି କରି ମା ତାରିଣୀ ମନ୍ଦିର ପାଖ ଚାରି ଛକ ନିକଟରେ ଦିନ ୧୦ ଘଣ୍ଟା ରୁ ଅପରାହ୍ନ ୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ବର୍ଷା ହେଇ ଥିବା ଯୋଗୁଁ ଓଦା ହୋଇ ମୁଣ୍ଡ ଉପରେ ପଲିଥିନ ଧରି ଆନ୍ଦୋଳନ ରୁ ଓହରି ନ୍ ଥିଲେ।ଘଟଣା ସ୍ଥଳ କୁ ତହସିଲଦାର ସନ୍ଧ୍ୟା ସମରଥ,ଥାନା ଅଧିକାରୀ ସୁରେନ୍ଦ୍ର୍ କୁମାର ବେହୁରିଆ,ଡାବୁଗାଁ କୃଷକ ମହାସଂଘ ର୍ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ସଂଘର ସମସ୍ତ କର୍ମ କର୍ତା,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଡାବୁଗାଁ ବ୍ଲକ ଅଧକ୍ଷ ବଇଶି ଧର ମାଝୀ,କଂଗ୍ରେସ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ,ଲ୍ୟାମ୍ପ୍ ଶାଖା ପରିଚାଳକ ଆର ଶଙ୍କର ପ୍ରସାଦ ରାଓ ଓ ସହକାରୀ କୃଷି ଅଧିକାରୀ ଦୁର୍ଜୋଧନ ଯାନୀ ପ୍ରମୁଖ ଆଲୋଚନା କରାଜିବା ପରେ ଆସନ୍ତା କାଲି ଅର୍ଥାତ ଆଜି ବୁଧବାରରେ ୫୦୦ ବସ୍ତା ଯୋଗାଇ ଦିଆ ଯିବ ବୋଲି କହିବାରୁ ରାସ୍ତା ରୋକ ହଟିଥିଲା।ଚାରି ପାର୍ଶ୍ୱରେ ଥିବା ଯାନବାହାନ ଯାତାୟତ କରିଥିଲା।ଆଜି ପୂର୍ବତନ ସାଂସଦ ଶ୍ରୀ ମାଝୀ,ବ୍ଲକ ଅଧକ୍ଷ ଶ୍ରୀ ମାଝୀ,କୃଷକ ମହାସଂଘ ର କର୍ମ କର୍ତା ଙ୍କ ଉପସ୍ତିତିରେ ୫୨୫ ବସ୍ତା ୟୁରିଆ ସରକାରୀ ମୁଲ୍ୟରେ ଚାଷୀ ପାଇ ଥିଲେ।କାଲିକୁ ୧୦୦୦ ବସ୍ତା,ପରଦିନ କୁ ୧୦୦୦ ବସ୍ତା ଆସି ପହଂଚିବ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ସୂଚନା ଦେଇ ଥିଲେ।ଗତକାଲି ର ରସ୍ତାରୋକ ଆନ୍ଦୋଳନ ରେ ସବୁଦଳ ର କର୍ମ କର୍ତା,କୃଷକ ମହାସଂଘ ,ଡାବୁଗାଁ ବ୍ଲକ ର ସବୁ ପଂଚାୟତ ର ଚାଷୀ ଉପସ୍ଥିତ ଥାଇ ଆନ୍ଦୋଳନ କୁ ସଫଳ କରି ଥିବାରୁ ଆଜି ଚାଷୀ ମନରେ ଖୁସିର ଲହରୀ ଖେଳି ଯାଇଛି।ଚାଷୀ ହସିଲେ ଦେଶ ହସିବ ବୋଲି କୃଷକ ମହାସଂଘ ସଭାପତି ଶ୍ରୀ ପାତ୍ର ନିଜର ମତ ବ୍ୟକ୍ତ କରିଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here