ବେହେଡା ସଂରକ୍ଷିତ ଜଙ୍ଗଲରେ ମାଇ ଭାଲୁ ସହ ଗୋଟିଏ ଛୁଆ

0
403

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁଖ୍ୟ ରାସ୍ତାସ୍ଥିତ ବେହେଡ଼ା ସଂରକ୍ଷିତ ଜଙ୍ଗଲ ନିକଟ ବୁର୍ଜା ଛକରେ ମଙ୍ଗଳବାର ଦ୍ବିପ୍ରହରରେ ଏକ ମାଈ ଭାଲୁ ଛୁଆକୁ ସାଙ୍ଗରେ ନେଇ ରାସ୍ତା ଅତିକ୍ରମ କରିଥିଲା । ଦୀର୍ଘ ସମୟ ଧରି ମା ‘ ଓ ଛୁଆ ଏପଟସେପଟ ଘୂରି ବୁଲୁଥିବା ଦେବାକୁ ମିଳିଥିଲା । ଏହି ସମୟରେ ଯାତାୟାତ କରୁଥିବା ଲୋକେ ଭାଲୁକୁ ଭୟଭୀତ ହୋଇ ଅଟକି ରହିଥିଲେ । କିଛି ସମୟ ପରେ ଭାଲୁଟି ଜଙ୍ଗଲ ଭିତରକୁ ଯିବା ପରେ ଲୋକମାନେ ଯାତାୟତ କରିଥିଲେ। ଜଙ୍ଗଲ କ୍ଷୟ ହେଉଥିବାରୁ ଭାଲୁମାନେ ବାରମ୍ବାର ଏଭଳି ଜନବସତିମୁହାଁ ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here