ଦୀପାବଳି ରେ ଡାଙ୍ଗ ଦେଖାବେଳେ ଅଗ୍ନିକାଣ୍ଡ ଘଟି ୫ବଖରା ଭସ୍ମ

0
472

ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଂଚାୟତର କପିଳପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଦୀପାବଳୀରେ ପୂର୍ବପୁରୁଷଙ୍କ ଉଦ୍ଧେଶ୍ୟରେ ଚଉରାମୂଳେ ଡାଙ୍ଗଦେଖା କାର୍ଯ୍ୟକ୍ରମ ହୋଇଥିଲା । ଜଳନ୍ତା ଡାଙ୍ଗ କୁ ତୁଳସୀ ଚଉରାମୂଳେ ପକାଇ ଦେଇ ଘରଭିତରକୁ ଯିବାପରେ ସେଠାରୁ ନିଆଁ ଉଠି ଘରର ଚାଳକୁ ଧରିଦେଇଥିଲା । ପରେ ଚାହୁଁ ଚାହୁଁ ଏହା ପଡୋଶୀ ଘରକୁ ବ୍ୟାପି ଥିଲା। ଖବରପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ।ସେତେବେଳକୁ ଗାଁର ପାଞ୍ଚ ପରିବାରର ପାଞ୍ଚଟି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ବିଭିନ୍ନ ଗୃହ ଉପକରଣ ଜଳିଯିବା ସହ ସେମାନେ ସର୍ବସ୍ବାନ୍ତ ହୋଇଯାଇଛନ୍ତି । ଆଲୋକର ପର୍ଵ ଦୀପାବଳୀରେ ସାମାନ୍ୟ ଅସାବଧାନତା ଯୋଗୁଁ ସଂପୂର୍ଣ୍ଣ ଅନ୍ଧକାରମୟ ପାଲଟିଗଲା ।ଏହିପରିବାର ଗୁଡିକୁ ସରକାରଙ୍କ ପକ୍କ। ଘର ମିଳିନଥିବା ବେଳେ ଏବେ କଚ୍ଚାଘର ଗୁଡିକ ଜଳିଯାଇଛି । ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here