ପୁନଃ କାର୍ଯ୍ୟ ନିଯୁକ୍ତି ପ୍ରତିଶ୍ରୁତି ପରେ ଏମକେସିଜି ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା ସ୍ଥଗିତ

0
303

ବ୍ରହ୍ମପୁର()ଏମକେସିଜି ମେଡିକାଲ କଲେଜ ହସପିଟାଲରେ ନୂତନ ଏଜେନ୍ସି ଆସିବା ପରେ କର୍ମଚାରୀ ଛଟେଇକୁ ନେଇ ଚାଲିଥିବା ବିବାଦ ଅପାତତଃ ସମାଧାନ ହୋଇ ଯାଇଛି । କାହାରିକୁ ଛଟେଇ ନକରି ପୂର୍ବରୁ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନୂଆ ଏଜେନ୍ସିର ପ୍ରତିଶ୍ରୁତି ପରେ ଗତ ଛଅ ଦିନ ଧରି ଚାଲି ଥିବା ଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଆଉଟସୋରସିଂ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି I ଗତକାଲି ପୁର୍ବ ଏଜେନ୍ସି ‘ଗଞ୍ଜାମ ସିକ୍ୟୁରିଟି’ ଓ ବର୍ତ୍ତମାନର ଏଜେନ୍ସି ଅଭିରାମ କେୟାରର ଉପସ୍ଥିତିରେ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ । ଟେଣ୍ଡର ପ୍ରକ୍ରିୟାରେ 262 ଜଣ ଥିବା କର୍ମଚାରୀ ସଂଖ୍ୟା ମଧ୍ୟରୁ ଛଟେଇ ହୋଇ ଯାଉଥିବା 32 ଜଣ କର୍ମଚାରୀଙ୍କୁ ଛୁଟିରେ ରହିଯାଉଥିବା କର୍ମଚାରୀଙ୍କ ସ୍ଥାନରେ ଥଇଥାନ କରିବାକୁ ନିଷ୍ପତି ହୋଇଥିଲା I କିନ୍ତୁ ମେଡିକାଲର ସୁପରସ୍ପେସିଆଲିଷ୍ଟ ନୂତନ କୋଠା କାର୍ଯ୍ୟକ୍ଷମ ହେଲା ପରେ ସମସ୍ତ ଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା I
କିନ୍ତୁ ବକେୟା ଥିବା 11 ମାସର ବର୍ଦ୍ଧିତ ରାଶି ବା ଏରିଅର୍ କାର୍ଯ୍ୟ ସମୟ ସାରଣୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଏଜେନ୍ସି ସମୟ ନେଇ ଥିବାରୁ ତାର ସମାଧାନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଛି I
ଆଜିର ଆଲୋଚନାରେ ରାଜ୍ୟ ଆଉଟସୋରସିଂ କର୍ମଚାରୀ ମହାସଂଘର ରାଜ୍ୟ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ସମ୍ପାଦକ ପ୍ରଶାନ୍ତ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପରିଛା, ଆଉଟସୋରସିଂ ମେଡିକାଲ କର୍ମଚାରୀ ସଂଘର ସଭାପତି ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ପି. ଜୟରାମ ରାଓ, ନିରଞ୍ଜନ ପାତ୍ର, ପି. ରମେଶ ରାଓ, କେ ଶ୍ରୀନିବାସ ପାତ୍ର ଓ ସୁନୀତା ସାହୁ ପ୍ରମୁଖ କର୍ମଚାରୀ ନେତା ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here