ଗଞ୍ଜେଇ ଚାଲାଣ ମାମଲାରେ ନିର୍ଦ୍ଦୋଷ

0
220

ବ୍ରହ୍ମପୁର: ଏଡିଜେ-୧ କୋର୍ଟ ବୁଧବାର ଏକ ଗଞେଇ ଚୋରା ଚାଲାଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ ବିଚାରପତି ଉକ୍ତ ମୁଦାଲାକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବାଂକୁଡା ଜିଲ୍ଲା, ପଶ୍ଚିମ ବଙ୍ଗର ଅଧିବାସୀ ସଚିନ୍ ଦେ(୨୪)। ଘଟଣାରୁ ପ୍ରକାଶ ଯେ, ଅବକାରୀ ଗୁଇନ୍ଦା ବିଭାଗ ଗତ ତା ୬/୫/୨୦୨୨ ରେ ଜାତୀୟ ରାଜପଥ ଇସ୍କନ୍ ମନ୍ଦିର ପାଖରେ ଏକ କାର୍ କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୫୨ କି.ଗ୍ରା. ଗଞେଇ ଥିବା ଜଣାପଡିଥିଲା। ଉକ୍ତ ଗଞେଇକୁ ଓଡ଼ିଶାରୁ ପଶ୍ଚିମ ବଙ୍ଗକୁ ଚୋରା ଚାଲାଣ ବେଳେ ଅବକାରୀ ଗୁଇନ୍ଦା ବିଭାଗ ତାଙ୍କୁ କାବୁ କରିନେଇଥିଲା ।ପରେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ନଂ ୧୧୪/୨୦୨୨-୨୩ ରେ କୋର୍ଟ ଚାଲାଣ କରିଥିଲା ‌।‌‌ କୋର୍ଟରେ ତଦନ୍ତ ଅଧିକାରୀ ଚାର୍ଜସିଟ୍ ଦାଖଲ କରିବା ପରେ ମାନ୍ୟବର ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଉକ୍ତ ମାମଲାର ବିଚାରଣା ବେଳେ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ବୁଧବାର ରାୟ ପ୍ରକାଶ ବେଳେ ସଚିନ୍ ଦେ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀ ମାନଙ୍କ ବୟାନ୍ ତଥା ମିଳିଥିବା ପ୍ରମାଣ କୁ ଆଧାର କରି ଉପଯୁକ୍ତ ପ୍ରମାଣ ଅଭାବରୁ କୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଥିଲେ। ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ଯୋଗୀ ନାହକ ମନମୋହନ ଡି ବି ଏସ ନାୟକ , ଗୋପାଳ ଚନ୍ଦ୍ର ପାଣିଗ୍ରାହୀ , ଏନ୍ ଚିରଞ୍ଜିବୀ ରାଓ ମାମଲା ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here