ଦିଗି ବୋମା ବିସ୍ପୋରଣ ଘଟଣାରେ ଆସାମୀ ଗିରଫ l

0
676

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ଗତ ଫ୍ରେବୁଆରୀ ୧୯ ମଙ୍ଗଳବାର ଅପରାହ୍ନ ଚାରି ଘଣ୍ଟ ସମୟ ରେ କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ଦିଗି ଗ୍ରାମ ରେ କିଛି ବାଳକ ଖେଳୁଥିବା ସମୟ ରେ ବୋମା ଫୁଟି ଜଣେ ଛଅ ବର୍ଷର ବାଳକର ମୃତ୍ୟୁ ଘଟଣାରେ କୋଦଳା ପୁଲିସ ଦିଲ୍ଲୀପ ପଲାଇ ନାମକ ଆସାମୀକୁ ଗିରଫ କରି କେସ ନଂ ୪୪/୧୯ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ନିମାଇଁ ସେଠୀ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ ଦୁର୍ଘଟଣା ଗ୍ରସ୍ତ ବାଳକ ଗୁରୁତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ଡାକ୍ତର ଖାନରେ ତାର ମୃତ୍ୟୁ ଘଟିଥିଲା ୲ ଖବର ଅନୁଯାୟୀ ଦିଗି ଗ୍ରାମର ଦିବାକର ସେଠୀଙ୍କ ଛଅ ବର୍ଷର ପୁଅ ନାରାୟଣ ସେଠୀ (ବାଉରୀ )ଖେଳୁଥିବା ସମୟ ରେ ପାଖରେ ଥିବା ଅଳିଆ ଭିତରେ ହଠାତ ଏକ ଟାଣ ଜିନିଷ ଧରିଥିଲା ୲ ଧରିବା ସଙ୍ଗେ ସଙ୍ଗେ ତାହା ବିସ୍ପୋରଣ ଘଟିଥିଲା ଯାହା ଫଳ ରେ ପିଲାଟି କିଛି ଦୂରକୁ ଛିଟିକି ପଡିଥିଲା ୲ ପ୍ରଚଣ୍ଡ ଶବ୍ଦ ଶୁଣି ଗ୍ରାମର ଲୋକେ ଦଉଡି ଆସି ଉକ୍ତ ବାଳକ କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ କିନ୍ତୁ ପିଲାଟି ର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିଲା ୲

LEAVE A REPLY

Please enter your comment!
Please enter your name here