ଭୋକିଲା ବୁଲା ଗୋରୁଗାଈ, କୁକୁରଙ୍କୁ ଖାଦ୍ୟ ପ୍ରଦାନ କଲେ ବଡ଼ବଜାର ଅଞ୍ଚଳର ସ୍ଥାନୀୟ ବାସିନ୍ଦା…

0
384

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବିଶ୍ଵରେ କରୋନା ମହାମାରୀ ରୂପ ନେଇଥିବା ବେଳେ ପ୍ରତିଷୋଧକ ବ୍ୟବସ୍ଥା ଅନୁଯାଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଖାଦ୍ୟଭାବରେ ପଡ଼ୁଛନ୍ତି ବୁଲା ଗୋରୁଗାଈ, କୁକୁର । ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏପରି ସ୍ଥଳେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି ଗୋପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ସହ ବଡ଼ବଜାର ଗୌଡ଼ ସାହି, କଞ୍ଜିଭିବା ସାହି, ଗାଇଗୁଠା ସାହି, ନୁଆ ଗୌଡ ସାହିର ବାସିନ୍ଦା । ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ଗୌଡ ସାହିରେ ଏକତ୍ରିତ ହୋଇ ଭୋକିଲା ଥିବା ଗୋରୁ ଗାଈମାନଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ନିକଟରେ ଥିବା ଆଖପାଖ ଅଞ୍ଚଳକୁ ଯାଇ ଗୋରୁଗାଈମାନଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ବୁଲା କୁକୁରଙ୍କୁ ମଧ୍ୟ ବିସ୍କୁଟ, ରୁଟି ଇତ୍ୟାଦି ପରଶୁଥିବା ଦେଖିବାକୁ ମିଳିଥିଲା । ସ୍ବେଚ୍ଛାସେବୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସ୍ଥାନୀୟ ମହଲରେ ପ୍ରଶଂସାର ସୁଅ ଛୁଟୁଛି …।

LEAVE A REPLY

Please enter your comment!
Please enter your name here