କୋଡ଼ିଙ୍ଗା ବନବିଭାଗ ପକ୍ଷରୁ ବନମୋହତ୍ସଵ ପାଳିତ

0
400

କୋଷାଗୁମୁଡା (ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ବନବିଭାଗ ପକ୍ଷରୁ କୋଡ଼ିଙ୍ଗା ଗ୍ରାମ ସ୍ଥିତ ସ୍ମଶାନ ପରିସର ମଧ୍ୟରେ ବନବିଭାଗ ଓ କୋଡ଼ିଙ୍ଗା ଗ୍ରାମପଞ୍ଚାୟତ ର ମିଳିତ ଆନୁକୂଲ୍ୟରେ ୭୨ତମ ବନ ମୋହତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବନବିଭାଗ ଏସସିଏଫ ଧନୁର୍ଯ୍ୟୟ ମହାପାତ୍ର , କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ, କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର , କୋଡ଼ିଙ୍ଗା ବନପାଳ ପ୍ରଶାନ୍ତ କୁମାର ପାଢୀ , କୋଡ଼ିଙ୍ଗା ସରପଞ୍ଚ ଡମାଇ ଭତରା , କୋଡ଼ିଙ୍ଗା ଗ୍ରାମର ଯୁବ ନେତା ବୁଦୁରାମ ଭତରା , କୋଡ଼ିଙ୍ଗା ଗ୍ରାମର ବରିଷ୍ଠ ନାଗରିକ ଧନସିଂ ମାଝୀ , ସାହେବ ଚଲାଣ ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଅବସରରେ ଏଠାରେ ଆମ୍ବ , ନିମ୍ବ , କୃଷ୍ଣଚୁଡା , ପିଜୁଳି , ଚାକୁଣ୍ଡା ଭଳି ପ୍ରାୟ ୨୦୦ ଚାରା ରୋପଣ କରାଯାଇଥିଲା । ଏହି ବନ ମୋହତ୍ସଵ ଆସନ୍ତା ୭ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ କୁ କୋଡ଼ିଙ୍ଗା ବନବିଭାଗ ର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here