ବାଲେଙ୍ଗା ଶିବ ମନ୍ଦିର ନିର୍ମାଣ ପାଇଁ ଦାବି

0
274

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଲେଙ୍ଗା ଗ୍ରାମର ଶିବ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ବାଲେଙ୍ଗା ଗ୍ରାମ ନିକଟରେ ଥିବା ବହୁ ପୁରାତନ ଶିବ ମନ୍ଦିର ରହିଛି । ଏଠାକୁ ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁମାନେ ଶିବ ଦର୍ଶନ କରିବା ପାଇଁ ବହୁ ଦୂରରୁ ଆସିଥାନ୍ତି । ଏଠାକାର ଶିବ ଲିଙ୍ଗ ଙ୍କ ବହୁତ ମହିମା ରହିଛି । ଭକ୍ତ ନିଜ ଦୁଃଖ ଶିବଙ୍କୁ ସ୍ମରଣ କରି ଜଣାଇଲେ ତାହା ନିଶ୍ଚୟ ଫଳପ୍ରଦ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । କିନ୍ତୁ ବଡ଼ ବିଡମ୍ବନା ର ବିଷୟ ଏବେ ବି ଉକ୍ତ ମନ୍ଦିର ଏକ ଛୋଟିଆ କୁଡ଼ିଆ ଘରେ ରହିଛି । ଏକ ମାଟି ଚାଳ ଛପର ଘରେ ଶିବ ପୂଜା ପାଉଛନ୍ତି । ଅଞ୍ଚଳବାସୀ ଏଠାରେ ନୂତନ ମନ୍ଦିର ନିର୍ମାଣ କରିବାକୁ ବହୁବାର ସ୍ଥାନୀୟ ଜନପ୍ରତିନିଧି , ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଠାରେ ଏକ ମନ୍ଦିର ନିର୍ମାଣ ହୋଇପାରିନାହିଁ । ବିଧାୟକ , ସାଂସଦ ମାନେ ପ୍ରତ୍ୟକ ଗ୍ରାମରେ ନୂତନ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରୁଥିବା ବେଳେ ବାଲେଙ୍ଗା ସ୍ଥିତ ଶିବ ମନ୍ଦିର ପାଇଁ କେହିହେଲେ ଟଙ୍କାଟିଏ ବି ଅନୁଦାନ ଦେଇନଥିବା ମନ୍ଦିର ପୂଜକ ଓ ଗ୍ରାମବାସୀ କହିଛନ୍ତି । ଶିବରାତ୍ରି , ଶ୍ରବଣ ମାସରେ ଏଠାରେ ପ୍ରବଳ ଗହଳି ଜମେ । କିନ୍ତୁ ଭକ୍ତ ଙ୍କ ବିଶ୍ରାମ ପାଇଁ ଏଠାରେ କୌଣସି ସୁବିଧା ନଥିବାରୁ ଧୀରେ ଧୀରେ ଏଠାରେ ଭକ୍ତ ଆସିବା କମିଯାଉଛି ବୋଲି ପୂଜକ କହିଛନ୍ତି । ଏଠାରେ ଏକ ନୂତନ ମନ୍ଦିର ସହ ବିଶ୍ରାମ ଗୃହ ନିର୍ମାଣ କାର୍ଯ୍ୟ ହୋଇଥିଲେ ଭକ୍ତ ଗହଳି ରହିଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି । ଏଣୁ ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଶୀଘ୍ର ମନ୍ଦିର ନିର୍ମାଣ ଦିଗରେ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here