ସୃଷ୍ଟି ଆବାସିକ ମହାବିଦ୍ୟାଳୟର ଷଷ୍ଠତମ ସ୍ୱାଗତ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

0
676

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସୃଷ୍ଟି ଆବାସିକ ମହାବିଦ୍ୟାଳୟର ଷଷ୍ଠତମ ସ୍ୱାଗତ ସମ୍ବର୍ଧନା ଉତ୍ସବ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଷ୍ଟ ହଲରେ ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦ୍ଵିତୀୟ ବର୍ଷ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ ନମ୍ବର ରଖି ପାଶ କରି,ବାପା ମା’ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉପଯୁକ୍ତ ମାର୍ଗ ଦର୍ଶାଇଛନ୍ତି |
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀ ଅନୁପ ପାଢ଼ୀ,ସମ୍ପାଦକ ଶ୍ରୀ ଆଶୁତୋଷ ପାଢ଼ୀ,ଅଧକ୍ଷା ଶ୍ରୀମତୀ ସ୍ଵାତିଶ୍ରୀ ଦାଶ,ଏକାଡେମୀ ମୁଖ୍ୟ ନିର୍ଦେଶକ ଶ୍ରୀ ମିହିରକାନ୍ତ ଶତପଥୀ,ନିର୍ଦେଶକ ଶ୍ରୀ ବାବାପ୍ରସାଦ ତ୍ରିପାଠୀ,ନିର୍ଦେଶକ ଶ୍ରୀ ଅଭିମନ୍ୟୁ ବେହେରା,ଇଞ୍ଜିନିଅର ଶ୍ରୀ ରାମକୃଷ୍ଣ ପାଢ଼ୀ ମଞ୍ଚାସିନ ଥିଲେ | ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ଆନ୍ତରିକ ସହଯୋଗରେ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |

LEAVE A REPLY

Please enter your comment!
Please enter your name here