ଆଲମାରୀ ବୋଝେଇ ଗାଡି ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ଓ ଦୁଇ ଗିରଫ

0
386

କୋରାପୁଟ( ନ୍ୟୁଜ ଏକ୍ସଟ୍ରା) ଆଲମାରୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ କରିଛି ପୋଲିସ ।ସୂଚନା ଯୋଗ୍ୟ ଯେ , କୋରାପୁଟ ଜିଲ୍ଲା ବାଣ୍ଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଲମତାପୁଟ ଠାରୁ ୫ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ ନିକଟରେ ନାକାବନ୍ଦୀ କରି ଆଲମାରୀ ବୋଝେଇ ଗାଡିରୁ ଗଞ୍ଜେଇ ଜବତ କରିଥିଲା । ଜବତ ୮ଗୋଟି ଆଲମାରୀରୁ ବାହାରିଥିବା ୧୬୦ଟି ପକେଟରୁ ୮ଶହ ୯ କେଜି ୬୦୦ଗ୍ରାମ ଗଞ୍ଜାଇ ସହ ଉତ୍ତର ପ୍ରଦେଶ ପଞ୍ଜିକୃତ ଗାଡିରୁ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮୦ ଲକ୍ଷଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ଏହି ମାମଲାରେ ପୁଲିସ ଉତ୍ତରପ୍ରଦେଶ ଅଞ୍ଚଳର ଯଶବନ୍ତି ସିଂ ଓ ହରେନ୍ଦ୍ର ସିଂକୁ ଗିରଫ କରିଛି । ଓ ତାସହ ୨ଟିମୋବାଇଲ ଫୋନ ଓ ଆଧାର କାର୍ଡକୁ ମଧ୍ୟ ଜବତ କରିଛି ପୋଲିସ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here