ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

0
343

ଭଞ୍ଜନଗର: ତୁରୁମୁ କ୍ଳଷ୍ଟର ତରଫରୁ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ପଦୋନ୍ନତି ପାଇଥିବା ଲେଭେଲ-୩ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଢୋଲପିଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡି.ରାୱାଣାମାଙ୍କୁ ବିଦାୟ ସମ୍ବର୍ଦ୍ଧନା ତୁରୁମୁ କ୍ଲଷ୍ଟର ତରଫରୁ ପ୍ରଦାନ କରାଯାଇଥିବା ବେଳେ କ୍ଳଷ୍ଟରରୁ ପଦୋନ୍ନତି ହୋଇ ଯାଇଥବା ଶିକ୍ଷୟିତ୍ରୀ ଗୀତାଞ୍ଜଳି ବଡମୁଣ୍ଡିଙ୍କୁ ସେମାନଙ୍କ ଲେଭେଲ-୩ ପଦୋନ୍ନତି ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ଳଷ୍ଟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ତୁରୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ତୁରୁମୁ କ୍ଳଷ୍ଟର ସଂଯୋଜକ ମନୋଜ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷକ ଦିଲ୍ଲୀପ କୁମାର ମିଶ୍ର ଓ ଶିକ୍ଷକ ସୁଦାମ ଦଳବରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏହି ଅବସରରେ କ୍ଲଷ୍ଟର ତରଫରୁ ରାୱାଣାମାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ମାନପତ୍ର, ଉପଢୌକନ ଏବଂ ସ୍ମୃତି ସ୍ୱରୂପ କିଛି ଉପହାର ପ୍ରଦାନ କରାଯାଇ ଥିଲା ଓ ପଦୋନ୍ନତି ଶିକ୍ଷୟିତ୍ରୀଙ୍କୁ ପୂଷ୍ପଗୁଛ ସହ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଶିକ୍ଷକ ମଦନ ଗୋପାଳ ଆପଟ,କାଳୀ ଚରଣ ସେଠୀ,ଅଶ୍ୱିନୀ ପଣ୍ଡା, ରାଜେନ୍ଦ୍ର ଗୁରୁ,ଭକ୍ତବନ୍ଧୁ ବିଷୋୟୀ, ଭଗବାନ ମଳିକ,ଅଶ୍ୱିନୀ ମଳିକ, ଧୋବା ଗୌଡ଼, ବୈରାଗୀ ଗୌଡ଼, ବିପିନି ଗୌଡ଼, ସୁରେନ୍ଦ୍ର ଡାଙ୍ଗୁଆ ଓ ଶିକ୍ଷୟିତ୍ରୀ ରୁନି ସାହୁ, ଗାୟତ୍ରୀ ସେଠୀ, ଶିବାନି ପତି,କବିତା ବିଷୋୟୀ ପ୍ରମୁଖ ଅନ୍ୟ ମନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here