ସିଲ୍କ ସିଟି ଫେଷ୍ଟର ଶେଷ ସଂନ୍ଧ୍ୟା- ବିତର୍କରେ ଶ୍ରେଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁରସ୍କୃତ

0
200

ବ୍ରହ୍ମପୁର: ଗତ ପାଞ୍ଚ ଦିନ ଧରି ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଆସୁଥିବା ସିଲକ୍ ସିଟି ଫେଷ୍ଟର ଉଦଯାପନୀ ସଂନ୍ଧ୍ୟାରେ ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କୁ କରାଯାଇଛି ପୁରସ୍କୃତ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବରୁ ଆୟୋଜିତ କରାଯାଇଥିବା ଓଡିଶାରେ ହକିର ଭବିଷ୍ୟତ ସଂପର୍କୀତ ବିତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଟିଭି ଭାରତର ବରିଷ୍ଠ ସମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ଙ୍କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମାଜ ର ପ୍ରତିନିଧି ସାମ୍ୱାଦିକ ଆଶ୍ରୀବାଦ ରାଉତ ଙ୍କୁ ଦ୍ୱିତୀୟ ପୁରସ୍କାର, ସକାଳ ଖବରକାଗଜର ପ୍ରତିନିଧି କ୍ଷୀରସିନ୍ଧୁ ମହାନ୍ତି ଏବଂ ସର୍ବସାଧାରଣ ଖବରକାଗଜର ପ୍ରତିନିଧି ଶିବରାମ ଚୌଧୁରୀ ଯଥାକ୍ରମେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ , ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇ , ଡେପୁଟି ମେୟର ଇ.ବିବେକ ରେଡି , ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇ.ଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ବ୍ରହ୍ମପୁର କମିଶନର ଜେ.ସୋନାଲ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍ , ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତିଭାଶନଙ୍କ ଉପସ୍ଥିତିରେ ମଞ୍ଚରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here