ଜିଲ୍ଲା ବିଜେଡି କର୍ମକର୍ତ୍ତା ତାଲିକାରେ ପୋଲସରା ରୁ ୩ ଜଣ

0
382

ପୋଲସରା:ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଅଗଷ୍ଟ ୬ ତାରିଖ ଦିନ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଗଞ୍ଜାମ ଜିଲ୍ଲା ପାଇଁ କର୍ମକର୍ତ୍ତା ତାଲିକା ପ୍ରକାଶ କରିଛନ୍ତି। ତାଲିକା ପ୍ରକାରେ ପୋଲସରା ଅଞ୍ଚଳରୁ ମୋଚିରାମ ସାହୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବେଳେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସଂଯୁକ୍ତା ବାଡ଼ତ୍ୟା ଜିଲ୍ଲା କାର୍ଯ୍ୟ କାରଣୀ ସଦସ୍ୟ ଓ ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ସାହୁ, ଶ୍ରୀ ପ୍ରଧାନ ଓ ଶ୍ରୀମତୀ ବାଡ଼ତ୍ୟା ଜିଲ୍ଲା ବିଜେଡି କମିଟିକୁ ମନୋନୀତ ହୋଇଥିବା ଯୋଗୁଁ ପୋଲସରା ବିଜେଡି ସଦସ୍ୟ ଓ ସମର୍ଥକ ବୃନ୍ଦ ଆନନ୍ଦ ପ୍ରକାଶ କରିଛନ୍ତି। ସେହିପରି ମୋଚିରାମ ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସଂଯୁକ୍ତା ବାଡତ୍ୟା ତିନିହେଁ ସେମାନଙ୍କ ଉପରେ ଭରଷା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ବାବୁ ମନୋନୀତ କରିଥିବା ଯୋଗୁଁ କୃତଜ୍ଞତା ଜଣାଇବା ସହ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦଳ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି ତାହା ଆମେ ସୁଚାରୁ ଭାବେ ପରିଚାଳନା କରିବୁ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here