ୟୁରିଆ ସାର ପାଇଁ ରାସ୍ତା ରୋକ ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଚାଷୀ ସମାଜ

0
298

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ୟୁରିଆ ସାର ର ଘୋର ଅଭାବ ଦେଖା ଦେଇଛି |ଏହା ବିରୋଧ ରେ କିଛିଦିନ ଧରି ଚାଷୀମାନେ ଉମରକୋଟ, ରାଇଘର ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତା ରୋକ କରିଥିଲେ |ଆଜି ଝରୀଗାଁ ବ୍ଲକ ଚାଟିଗୁଡା ଏବଂ ପୁରଲା ଛକ ଠାରେ ସମାନ ପରିସ୍ଥିତି ଦେଖା ଦେଇ ଥିବାବେଳେ ଚାଷୀମାନେ ସାର ପାଇଁ ରାସ୍ତାରେ ଓଲ୍ହାଇ ରାସ୍ତା ରୋକ କରିଥିଲେ | ଏହା ଫଳରେ ରାସ୍ତାରେ ଯାନବାହାନ ଜାମ ହୋଇ ଜାତାୟତ ରେ ଘୋର ଅସୁବିଧା ଉପୁଜିଥିଲା।ଉକ୍ତ ଖବର ପାଇ ଝରୀଗାଁ ତହସିଲଦାର ଓ ଡାବୁଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଏହି ରାସ୍ତା ରୋକ ହଟି ଥିଲା | ଚଳିତ ବର୍ଷ ସାର ର ଘୋର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ସହ ରାସ୍ତା ରୋକ ଦେଖାଦେଇଛି, ଯାହା ସାର ଆସୁଛି ତାହା ସମୁଦ୍ରକୁ ସଖ୍ୟେ ସଦୃଶ ହେଉ ଥିବାରୁ ବେପାରୀ ମାନେ ତାହାକୁ ଚଢ଼ା ଦର ରେ ବିକ୍ରି କରି ମାଲାମାଲ ହେଉଛନ୍ତି |ସାରର ସରକାରୀ ମୂଲ୍ୟ ଠାରୁ ଅତ୍ୟଧିକ ଅଧିକ ଦାମ ରେ ଡିଲର ମାନେ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି | ଏହି ପ୍ରତିବାଦ ରେ ଶୁକ୍ରବାର ସକାଳୁ ଶତାଧିକ ଚାଷୀ ଚାଟିଗୁଡା ଛକ ଏବଂ ପୁରଲା ଛକ ଠାରେ ୩୯ ନମ୍ବର ରାଜ୍ୟ ରାଜ ପଥ ରେ ଧାରଣା ରେ ବସି ଥିଲେ ଯେତେ ସମୟ ପର୍ଯ୍ୟନ୍ତ ୟୁରିଆ ସାର ନ ମିଳିବ ସେତେବେଳେ ଯାଏଁ ଧାରଣା ଜାରି ରହିବ ବୋଲି ଚାଷୀମାନେ କହିଥିଲେ | ଏହି ସମୟ ରେ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା | ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ଏବଂ ଝରୀଗାଁ ତହସିଲଦାର ହୃଷୀ କେଶ ଗଣ୍ଡ ଘଟଣା ସ୍ଥଳରେ ପହଂଚି ଆସନ୍ତା ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଅପେକ୍ଷା କର ସାର ନିଶ୍ଚୟ ମିଳିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀମାନେ ଧାରଣା ରୁ ହଟି ଥିଲେ |ଧାରଣା ରୁ ଉଠିବା ପରେ ଟ୍ରାଫିକ ସମସ୍ୟା ସ୍ୱାଭାବିକ ହୋଇଥିଲା।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here