ବିଜେଡ଼ି ଜିଲ୍ଲା ଉପସଭାପତି ନିରଞ୍ଜନ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇଲେ ଯୁବ ଗୋଷ୍ଠୀ

0
286

ବ୍ରହ୍ମପୁର:ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଷପଡା ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇସାରିଛି।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅଞ୍ଚଳର ଜଣେ ଦକ୍ଷ ବିଜେଡି କର୍ମୀ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ଉପସଭାପତି ଭାବେ ନିଯୁକ୍ତି ପାଇଥିବା ଏମ୍.ନିରଂଜନ ରେଡ୍ଡୀଙ୍କୁ ପ୍ରଥମେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ପରେ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ରୁପେ ନିଯୁକ୍ତି ପାଇଥିବା ସମୀର ଭାଇଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଜୁ ଛାତ୍ର ଜନତା ଦଳର ନବନିଯୁକ୍ତ ଗଞ୍ଜାମ ଜିଲ୍ଲା ସମ୍ପାଦକ ଧୀରେନ୍ ରଣାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ଯୁବ ନେତା ନୀଳମାଧବ ପାତ୍ର(ବୁଡ଼ା),ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ମୁହଁ ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ୍ ଗୌଡ,ଛାତ୍ର ନେତା ଗଣେଶ ରେଡ୍ଡୀ,ଦିଗପହଣ୍ଡି ବ୍ଲକ୍ ଡିଜିଟାଲ ସେକ୍ରେଟାରୀ ବିପ୍ଳବ ମିଶ୍ର,ଅନିଲ ଦୋରା,ପିଙ୍କୁ ଘଡେ଼ଇ,ନାରାୟଣ ଜେନା,ବିକାଶ ନାୟକ,ତୋଫାନ ରେଡ୍ଡୀ,ଶିବ ରେଡ୍ଡୀ,ଗୋବିନ୍ଦ ରେଡ୍ଡୀ ଓ ଦିଗପହଣ୍ଡି ମାଟି ର ଟାଣୁଆ ବିଜୁ ଜନତା ଦଳର ଛାତ୍ର ଓ ଯୁବ ଗୋଷ୍ଠୀ ମାନେ ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା ଜଣାଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here