ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳନ

0
417

ଭଞ୍ଜନଗର(ନିଲୁ ବିଷୋୟୀ) ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ଆଜି ଭଞ୍ଜନଗର ଏନ.ଏ.ସି କାଯ୍ୟାଳୟ ପରିସର ଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ସଂମାନିତ ଅତିଥି ଭାବରେ ସିଇଓ ଅଞ୍ଜଳୀ ପଣ୍ଡା , ଅଶୋକ ମହାପାତ୍ର, ଶିବ ଶଙ୍କର ପ୍ରଧାନ,ଦିଲ୍ଲୀପ ସ୍ୱାଇଁ,ଶ୍ରୀନିବାସ ଗୌଡ଼ ଏବଂ ସମାଜ ସେବୀ ଶୂଳପାଣି ଶତପଥୀ , ପଞ୍ଚାନନ ପାଳ ଓ ଏନ.ଏ.ସି କାଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଉତ୍କଳମଣୀଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here