ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ କୋମଳମତି ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ

0
350

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ସାହାଯ୍ୟ ମନୋବୃତି, ପରୋପକାରୀ ଗୁଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୁଣି ଏବେ ଚର୍ଚ୍ଚାରେ |ସେ କିଛି ଦିନ ତଳେ ଦେଖିବାକୁ ପାଇଥିଲେ, ଦୁଇଜଣ ଶିଶୁ ବିନା ଡେର୍ସ ରେ ବୁଲୁଛନ୍ତି |ଏହାପରେ ବିଧାୟକ ସ୍ଥିର କଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ |ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରେ ପହଞ୍ଚି ପ୍ରାୟ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଡ୍ରେସ୍ ସ୍କୁଲ ବେଗ୍, ଚକୋଲେଟ, ପେନ୍, ପେନସିଲ ପ୍ରଦାନ କରିଥିଲେ |ଖୁସିରେ ଆତ୍ମହରା ହୋଇ ଛାତ୍ର ଛାତ୍ରୀ ବିଭିନ୍ନ ନାରା ଦେଇ ବିଧାୟକ ଙ୍କ ଜୟଗାନ କରିଥିଲେ |ରନ୍ଧାରୀ କହିଛନ୍ତି ମୋ ଅଞ୍ଚଳ ମୋ ପରିବାର |ମୋ ପରିବାରର କୌଣସି ସଦସ୍ୟ ଙ୍କ ମୁହଁରେ ମୁଁ ଦୁଃଖ ଦେଖି ସହି ପାରିବିନି |ବନ୍ଧୁତ୍ୱ ଦିବସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ ୭୦ ରୁ ୮୦ ହଜାର ଛାତ୍ର ଛାତ୍ରୀ |ସମସ୍ତଙ୍କୁ ସେ ଯୋଗାଇ ଦେବେ ଡ୍ରେସ୍ ଓ ସ୍କୁଲ ବେଗ |
ରନ୍ଧାରୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ, ସ୍ଥାନୀୟ ଅଂଚଳରେ ତାଙ୍କୁ ପ୍ରଂଶସା କରାଯାଉଛି |ଲୋକେ କହୁଛନ୍ତି ସେ ନେତା ନୁହନ୍ତି.. ଗରୀବର ସାଥି |ବିଧାୟକ ମନୋହର ରନ୍ଦାରୀ ପ୍ରକାଶ କରିଛନ୍ତି କି ତାଙ୍କ ନିର୍ବାଚନ ମଣ୍ଡଳୀ ଯଥା ଡାବୁଗାଁ ବ୍ଳକ,ପାପଡାହାଣ୍ଡି ବ୍ଲକ ଓ କଷାଗୁମୁଡା ବ୍ଳକ ର କୋମଳମତି ଶିଶୁଙ୍କୁ ନିଜସ୍ଵ ଖର୍ଚ୍ଚରେ ଶିଶୁ ମାନଙ୍କୁ ଡ୍ରେସ୍, ପେନ୍,ପେନସିଲ ଓ ସ୍କୁଲ ବେଗ ବଣ୍ଟନ କରିବେ।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here