ନୀଳକଣ୍ଠେଶ୍ବର ମନ୍ଦିରରୁ ଚୋରି

0
322

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ବାବା ନୀଳକଣ୍ଠେଶ୍ବର ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ , ପ୍ରତିଦିନ ଭଳି ଆଜି ସକାଳେ ମନ୍ଦିର ପୂଜକ ନୀଳକଣ୍ଠେଶ୍ବର ତ୍ରିପାଠୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ତେବେ ଏହି ମନ୍ଦିରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବା ବେଳକୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଚୋରି କରି ନେଇଯାଇଥିବା ଜଣା ପଡ଼ିଥିଲା । ଏନେଇ ପୂଜକ ନିଳକଣ୍ଠଶ୍ୱର ତ୍ରିପାଠୀ ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ଵର ଭୋଇ ଏବଂ ନବରଙ୍ଗପୁର ଦେବୋତ୍ତର ବିଭାଗକୁ ଖବର ଦେବା ସହିତ ପାପଡ଼ାହାଣ୍ଡି ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି , ଗତ ୫ବର୍ଷ ହେଲା ଏହି ମନ୍ଦିର ହୁଣ୍ଡି ଖୋଲା ଯାଇ ନଥିଲା ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here