କ୍ଷେତ୍ରରେ ନ ବୁଲି ଅଫିସ କାର୍ଯ୍ୟାଳୟ ରେ ରହି ତାଲିକା ପ୍ରସ୍ତୁତ କରୁଛନ୍ତି ଅଧିକାରୀ

0
370

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଗରିବ ବାସହୀନମାନେ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । ପଞ୍ଚାୟତ ସଦର , ଖର୍କୀ ଗାଁର ବହୁ ହିତାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ୩ ଜଣିଆ ପ୍ରତିନି ଦଳ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଜେଇଙ୍କ ନାମରେ ସେମାନେ ଅଭିଯୋଗ କରିଛନ୍ତି । ପାପଡ଼ାହାଣ୍ଡି ବ୍ଲକ ଜେଇ ଗାଁ ଗାଁ ନ ବୁଲି ପଞ୍ଚାୟତ ଅଫିସରେ ବସି । ତାଲିକା ପ୍ରଦାନ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଜେଇ କେତେଜଣ ଲୋକଙ୍କ ସହ ମିଶି ପୂର୍ବରୁ ଆବାସ ଗୃହ ପାଇଥିବା ହିତାଧୁକାରୀଙ୍କ ସମ୍ପର୍କୀୟମାନଙ୍କୁ ଚୟନକରିଛନ୍ତି । ତାଲିକାରେ ଅନ୍ତର୍ଭୁକ୍ତ ଓ ପୂର୍ବରୁ ଗୃହ ପାଇଥିବା ପରିବାରକୁ ପୁଣି ଚୟନ କରିଛନ୍ତି । କେତେଜଣ ଅସାଧୁ ଲୋକଙ୍କ ସହ ହାତ ମିଶାଇ ପଞ୍ଚାୟତ କାର୍ଯ୍ୟାଳୟରେ ବସି ତାଲିକା ପ୍ରସ୍ତୁତକରିଛନ୍ତି । ସ୍ଥାନୀୟ ପିଇଓ , ସରପଞ୍ଚ ଓ ଗ୍ରାମ ଯୋଗାଣ ସହାୟକମାନେ ପ୍ରକୃତ ହିତାଧୁକାରୀଙ୍କୁ ତାଲିକାରୁ ବାଦ୍ ଦେଇ ଅସାଧୁ ଉପାୟରେ ଅର୍ଥ କାରବାର । କରି ବାରମ୍ବାର ବାସଗୃହ ପାଇଥିବାହିତାଧୁକାରୀଙ୍କୁ ଚୟନ କରୁଛନ୍ତି । । ଏହାଦ୍ୱାରା ପ୍ରକୃତ ହିତାଧୁକାରୀ | | ଆବାସଗୃହ ପାଇବାରୁ ବଞ୍ଚିତ | ହେଉଛନ୍ତି । ବିବଦ୍ଧ ତଦନ୍ତକରି ଜେଇଙ୍କ | ଉପରେ କାର୍ଯ୍ୟାନୁଷ୍ଠାନ ସହ ଯୋଗ୍ୟ | ହିତାଧୁକାରୀ ଯେପରି ଯୋଜନାର | ଲାଭ ଉଠାଇପାରିବେ ସେ ଦିଗରେ | ଗୁରୁତ୍ବ ଦେବାକୁ ଦାବିପତ୍ରରେ ଉଲ୍ଲେଖ | ରହିଛି । ଜିଲାପାଳ ଘଟଣାକୁ ଗୁରୁତର | ସହ ନେଇ ଏହାର ତଦନ୍ତ କରିବା ସହ | ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ | କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା | ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here