ଅବକାରୀ ଚଢ଼ାଉ,ବିପୁଳ ପରିମାଣର ପୋଚନଷ୍ଟ;୧୦ ଗିରଫ

0
299

ଭଞ୍ଜନଗର:ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଆସ୍କା ଅବକାରୀ ରେଞ୍ଜରେ ଦୀର୍ଘ ଦିନ ଧରି ଚାଲିଥିବା ଦେଶୀ ମଦ ତିଆରି କ୍ୟାମ୍ପରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷିକା ପ୍ରିତୀଧାରା ନାୟକଙ୍କ ନେତୃତ୍ୱରେ ଏକ ଟିମ ଗୁରୁବାର ଆସ୍କା ଅବକାରୀ ରେଞ୍ଜର ସନ୍ତୋଷୀମା ଏରଗୋଲା କ୍ୟାମ୍ପ, କରତଳି ଏରଗୋଲା କ୍ୟାମ୍ପ,ଆଇ.ବି ଏରଗୋଲା କ୍ୟାମ୍ପ,ଓ ପାକଲାପଲି ଏରଗୋଲା କ୍ୟାମ୍ପ ରେ ଚଢ଼ାଉ କରି ୭୧୨୦ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରିବା ସହ ୭୦୭ ଲିଟର ହାତ ରନ୍ଧା ଦେଶୀ ମଦ ଓ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୁକ୍ତି ଅଭିଯୋଗରେ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ ୭ଜଣ ମହିଳାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଆସ୍କା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା, ଆସ୍କା ଓଆଇସି ପ୍ରଦୀପ କୁମାର ମହାନ୍ତି,ଅବକାରୀ ଭ୍ରାମ୍ୟମାଣ ଏସଆଇ ଦୁର୍ଯ୍ୟୋଧନ ଦିଗାଲ ଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କୁ ଜୋରଦାର କରାଯିବ ବୋଲି କୁହାଯାଇଛି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here