ଗଛ ପଡି ଛପର ଘର ଭାଙ୍ଗିଲା ଅଳ୍ପକେ ବର୍ତ୍ତି ଲେ ପରିବାର ଲୋକେ

0
353

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅନ୍ତର୍ଗତ ମୂଷାପାଲା ଗ୍ରାମର ଈଶ୍ଵର ଭତ୍ରାଙ୍କ ଘର ଉପରେ ଏକ ତେନ୍ତୁଳି ଗଛ ପଡ଼ି ଯିବାରୁ ଘରର ଛପର ଭାଙ୍ଗି ଯାଇଛି । ଏହି ସମୟରେ ଘର ଭିତରେ ଶୋଇଥିବା ଈଶ୍ବରଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ , ଆଜି ଭୋରରେ ମୂଷାପାଲା ଗ୍ରାମରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା । ଏଥିଯୋଗୁ ଏକ ବିରାଟକାୟ ତେନ୍ତୁଳି ଗଛ ଭାଙ୍ଗି ଯାଇ ଗ୍ରାମର ଈଶ୍ଵର ଭତ୍ରାଙ୍କ ଘର ଉପରେ ପଡ଼ି ଯାଇଥିଲା । ଏହି ସମୟରେ ଈଶ୍ବର ନିଜପରିବାର ସହିତ ଘର ଭିତରେ ଶୋଇଥିବା ବେଳେ ଜୋରରେ ଶବ୍ଦ ହେବା ଶୁଣି ସମସ୍ତେ ଘରୁ ବାହାରକୁ ବାହାରି ଆସିଥିଲେ । ଗଛ ପଡ଼ି ଈଶ୍ଵରଙ୍କ ଘରର ଛାତ ଭାଙ୍ଗି ଯିବାରୁ ନିଜ ପରିବାର ସହିତ ସେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଈଶ୍ବର କୁଲି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନି । ଶୀଘ୍ର ପ୍ରଶାସନ ତରଫରୁ କ୍ଷୟକ୍ଷତିର ଆକଳନ କରାଯାଇ ଈଶ୍ବରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here