ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସମ୍ପୁର୍ଣ୍ଣା

0
321

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଉପାନ୍ତ ଅଞ୍ଚଳରେ ବିରଳ ପ୍ରତିଭାଙ୍କ ବୟସ ୨ ବର୍ଷ ମାତ୍ରା ହେଲେ ତାଙ୍କ ପାଟିରୁ ବାହାରୁଛି ଅନେକ ଜଟିଳ ପ୍ରଶ୍ନର ଉତ୍ତର । କୌଣସି ବସ୍ତୁ , ରଙ୍ଗ , ଆକାର , ଜୀବଜନ୍ତୁ , ପଶୁପକ୍ଷୀ , ପଶୁପକ୍ଷୀଙ୍କ ଶବ୍ଦ ଓ ଭଜନ , ବିପରୀତ ଶବ୍ଦ , ଗୀତ ଆଦି ସେ ନିର୍ଭୁଲ୍ କହିପାରନ୍ତି । ତାଙ୍କ ସ୍ମରଣ ଶକ୍ତି ଆଗରେ ଅଧୁକ ବୟସର ପିଲାମାନେ ମଧ୍ୟ ହାରିଯିବେ । ଏଭଳି ଜଣେ ବିସ୍ମୟ ଶିଶୁ ହେଲେ ନବରଙ୍ଗପୁର ଜିଲା ଉମରକୋଟ ସହର ଗୁଲିପାଟଣା ଅଞ୍ଚଳର ପୂର୍ଣ୍ଣିମା ପଟ୍ଟନାୟକ ଏବଂ ସମୀର ଗନ୍ତାୟତଙ୍କ ଏକମାତ୍ର ଝିଅ ସମ୍ପୂର୍ଣ୍ଣା । ତାଙ୍କ ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ସମ୍ପୂର୍ଣ୍ଣାଙ୍କ ପ୍ରତିଭା ତଥା ସ୍ମରଣଶକ୍ତି ପିଲାଟି ଦିନରୁ ହିଁ ବାରି ହୋଇଥିଲା । ଯେକୌଣସି ପ୍ରଶ୍ନ ତାଙ୍କୁ ପଚାରିଲେ ସଙ୍ଗେସଙ୍ଗେ ସେ ଉତ୍ତର ଦିଅନ୍ତି । ମା ‘ , ବାପା ଠିକ୍ ସମୟରେ ତାଙ୍କ ପ୍ରତିଭା ପରଖି ଉତ୍ସାହିତ କରିଥିଲେ । ଏବେ ସମ୍ପୂର୍ଣ୍ଣା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାର ଗୌରବ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ବିଷୟରେ ବାପା ସମୀର ଅନ୍‌ଲାଇନରୁ ଜାଣିବା ପରେ ଝିଅକୁ ପ୍ରସ୍ତୁତ କରାଇଥିଲେ । ୨୦୨୧ ଜୁନ୍ ୧୦ରେ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ଶିଶୁଟିର ସମସ୍ତ ପ୍ରତିଭା ନେଇ ସଂସ୍ଥା ତଥ୍ୟ ମାଗିଥିଲା । ଏହାକୁ ଆଧାରକରି ସମ୍ପୂର୍ଣ୍ଣାଙ୍କବାପା ଝିଅର ୨୦ଟି ଭିଡ଼ିଓ ପଠାଇଥିଲେ । ଏହା ଦେଖୁବା ପରେ ଅନୁଷ୍ଠାନ ପକ୍ଷରୁ ଭିଡିଓ କଲ୍ ମାଧ୍ୟମରେ ସମ୍ପୂର୍ଣ୍ଣାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେ ସମସ୍ତ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିଥିଲେ । ଉକ୍ତ ପ୍ରଶ୍ନ ମଧ୍ୟରେ ୪୬ଟି ପଶୁଙ୍କ ନାମ , ୨୦ ପକ୍ଷୀର ନାମ , ୧୮ ପ୍ରକାର ପରିବା , ୧୮ ପ୍ରକାର ଫୁଲ , ୧୭ ପ୍ରକାର ଫଳ , ୧୧ ରଙ୍ଗ , ୧୧ ଆକାର , ୬ କୀଟପତଙ୍ଗ , ୮ ଖାଦ୍ୟ ପଦାର୍ଥର ନାମ ରହିଛି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ବିଷୟରେ ଅନୁଷ୍ଠାନ ପକ୍ଷରୁ ଜୁନ୍ ୩୦ରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଏ ସମ୍ପର୍କିତ ପ୍ରମାଣପତ୍ର ଶୁକ୍ରବାର ଡାକ ମାଧ୍ୟମରେ ଘରେ ପହଞ୍ଚିଥିବାବେଳେ ପରିବାର ଲୋକେ ଖୁସି ହୋଇଛନ୍ତି ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here