ଅଧବାଟରେ ଆମ୍ବୁଲାନ୍ସ ଖଟିଆ ରେ ବୁହା ହେଲେ ରୋଗୀ

0
315

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା , ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ଖଟିଆ ରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ଅନ୍ତର୍ଗତ କୂର୍ସି ପଂଚାୟତର ରାବନାଗୁଡା ଗ୍ରାମରେ । ସଂପୃକ୍ତ ଗ୍ରାମର ମନଦେଇ ଭତ୍ରା ନାମକ ଜଣେ ମହିଳା ଗୁରୁତର ଭାବେ ଜ୍ୱର ରେ ପୀଡିତ ଥିବାବେଳେ ଆମ୍ବୁଲାନ୍ସ ଡକା ଯାଇଥିଲା ଆମ୍ବୁଲାନ୍ସ ଆସିଲା ହେଲେ ବିପର୍ଯ୍ୟସ୍ତ ଓ କାଦୁଅ ପଚ ପଚ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ରାବନାଗୁଡା ପାଖରେ ପହଂଚି ନପାରି ଗ୍ରାମର ୨ କିଲୋମିଟର ଦୂର ଜାମଧୋଡ଼ି ନିକଟରେ ଅଟକି ରହିଥିଲା। ତେବେ ଗ୍ରାମ ର କେତେକ ଲୋକ ଖଟିଆ ସାହାଯ୍ୟରେ ରୋଗୀ କୁ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ତେବେ ଏହି ରାସ୍ତା ମରାମତି ପାଇଁ ବାରମ୍ବାର ର ସରପଞ୍ଚ ଙ୍କୁ ଅଭିଯୋଗ କଲା ପରେ ମଧ୍ୟ ରାସ୍ତା ତିଆରି ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଅଭିଯୋଗ କରିଛନ୍ତି ଯଦି ତୁରନ୍ତ ଏହି ରାସ୍ତାକୁ ପକ୍କାରାସ୍ତାରେ ପରିଣତ କରାନଯାଏ ତେବେ ଗ୍ରାମବାସୀ ଆନ୍ଦୋଳନ କରିବେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here