ସହକାରୀ ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

0
245

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କଳ୍ପନା ମହାନ୍ତି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି I ଶ୍ରୀମତୀ ମହାନ୍ତି ଜଣେ ଶିକ୍ଷା କର୍ମୀ ଭାବରେ ଚାକିରୀ ଜୀବନ ଆରମ୍ଭ କରି ଛାତ୍ରଛାତ୍ରୀ ,ସହକର୍ମୀ ଏବଂ ଅଧିକାରୀ ମାନଙ୍କର ବେଶ୍ ପ୍ରିୟପାତ୍ରୀ ହୋଇପାରିଥିଲେ I ପ୍ରକାଶ ଥାଉକି ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ମେଜର୍ ମଦନ ମୋହନ ପଟ୍ଟନାୟକ ମଧ୍ୟ ବୁଗୁଡ଼ା ପିପୁଲ୍ସ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି I ଶ୍ରୀମତୀ ମହାନ୍ତିଙ୍କୁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here