ଓଡ଼ିଶାର ଏକମାତ୍ର ବାଣିଜ୍ୟ ଭିତ୍ତିକ ଦୈନିକ ଖବର କାଗଜ ‘ବଜାର’ର ୨୪ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

0
264

ଭୁବନେଶ୍ବର() ଓଡ଼ିଶାର ଏକମାତ୍ର ବାଣିଜ୍ୟ ଭିର୍ତ୍ତିକ ଦୈନିକ ଖବର କାଗଜ ବଜାର ’ର ୨୪ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ସମ୍ମିଳନୀ କକ୍ଷରେ ବଜାର ଖବର କାଗଜର ସମ୍ପାଦକ ସୁଦର୍ଶନ ଦାସ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୂପେ ରାଜ୍ୟ ଶିଳ୍ପ , ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ୧୧ ଜଣ ବିଶିଷ୍ଟ ବ୍ୟବସାୟୀ ଙ୍କୁ ବଜାର ଏମଆରଜି ଆୱାର୍ଡ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମାଜର ପୂର୍ବତନ ବାର୍ତ୍ତା ସମ୍ପାଦକ ପ୍ରଦୋଶ ପଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ସଂଯୋଜନା କରିଥିଲେ । ପ୍ରଜ୍ଞା ପାରମିତା ଦାସମହାପାତ୍ର ଏଠାରେ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here