ହିଞ୍ଜିଳି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢ଼ାଉ-୪ ଗିରଫ:୫୧,୨୦୦ ଟଙ୍କା,୫ ମୋଟର ସାଇକେଲ,୫ ମୋବାଇଲ ଜବତ

0
247

ବ୍ରହ୍ମପୁର:ଶୁକ୍ରବାର ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ ଚୈତନ୍ୟପଡା ଗ୍ରାମ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ହଜାର ୨ ଶହ ଟଙ୍କା, ୫ଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନ ଜବତ କରିଛି।ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜୁଆଡି ମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ନିଳାଞ୍ଚଳ ମହାରଣା, ହିଞ୍ଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ବୃନ୍ଦାବନ ସାହୁ, ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ବୁଲୁ ସାହୁ ଏବଂ କଙ୍କୋରଡା ଗ୍ରାମର କାହ୍ନୁ ବରଡ ।ଏମାନଙ୍କ ବିରୋଧରେ ହିଞ୍ଜିଳି ଥାନାରେ କେସ ନଂ- ୩୯୬/୨୧ ରେ ଏକ ମାମଲା ରୁଜୁ କରିଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ଠାରୁ ସୂଚନା ମିଳିଛି।ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଏକ ସ୍ବତନ୍ତ୍ର ଫୋର୍ସ ଗଠନ କରାଯାଇଛି।ଗତ କିଛି ଦିନ ଧରି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା।ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ଜୁଆଡି ମାନେ ଗାଁ ସାହି, କୋଠଘର ପରେ ବର୍ତ୍ତମାନ ନିକଞ୍ଚନ ସ୍ଥାନ ଓ ବିଲମାଳ ଅଞ୍ଚଳକୁ ସୁରକ୍ଷିତ ଜୁଆ ଆଡ୍ଡା ସ୍ଥଳ ଭାବେ ବାଛି ନିର୍ଭୟରେ ଜୁଆର ଆସର ଜମାଉଛନ୍ତି।ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ବାସୁଦେବ ଭୋଇ,ରାଘବ ପ୍ରଧାନ, ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସଆଇ ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ,ସରୋଜ କୁମାର ରଣସିଂହ,ଅନନ୍ତ ରଣସିଂହ,ପିଏସ ଦଳେଇ ଏବଂ ଓଏପିଏଫ ଫୋର୍ସ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here