ରାଜସ୍ବ ଅଧିକାରୀଙ୍କୁ ହତ୍ୟା ଧମକ ଅଭିଯୋଗରେ:୨ ଗିରଫ,ଟ୍ରାକ୍ଟର ଜବତ

0
458

ବ୍ରହ୍ମପୁର:ବେଆଇନ ପଥର ଚାଲାଣ ବେଳେ ରାଜସ୍ବ ଅଧିକାରୀଙ୍କୁ ହତ୍ୟା ଧମକ ଦେବା ସହ ବଳପୂର୍ବକ ଜବତ ସାମଗ୍ରୀ ଛଡାଇ ନେବା ଅଭିଯୋଗ ରେ ଗୁରୁବାର ଦିନ ଦୁଇ ଜଣ ଅଭିଯୁକ୍ତକୁ ସଦର ଥାନା ପୋଲିସ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି।ଘଟଣାରୁ ଜାଣିବାକୁ ମିଳିଛି ଯେ, ଗତ ଗୁରୁବାର ସକାଳ ସମୟରେ ଝାଡ଼ାଙ୍କୁଲି ନିକଟରୁ ଏକ ପଥର କୁଆଁରୀ ରୁ ବେଆଇନ ଭାବେ ଏକ ଟ୍ରାକ୍ଟର ଯୋଗେ ପଥର ଚାଲାଣ ହେଉଥିବା ନେଇ ଅଭିଯୋଗ ରାଜସ୍ବ ନିରୀକ୍ଷକ, ଇନ୍ଦ୍ରାକ୍ଷୀ ଆରଆଇ,ଦୁମ୍ ଦୁମି ଆରଆଇ ଏବଂ ଗୋପାଳପୁର ଆରଆଇଙ୍କୁ ନେଇ ଏକ ଏକ ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ବେଳେ (ଓଡ଼ି-୦୭-ଆର୍-୧୭୦୫)ନଂ ବିଶିଷ୍ଟ ଟ୍ରାକ୍ଟର ଏବଂ (ଓଡ଼ି-୦୭-ଆର-୧୭୦୬)ବିଶିଷ୍ଟ ଡାଲାରେ ପଥର କୁଆଁରୀରୁ ବେଆଇନ ଭାବେ ପଥର ଚୋରାଚାଲାଣ ହେଉଥିବା ବେଳେ ଏନ୍ଫୋର୍ସଟିମ୍ ଉକ୍ତ ଟ୍ରାକ୍ଟର କୁ ଜବତ କରି ବଡ଼କୁସ୍ତଳି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ନେଉଥିଲେ।ଏହି ସମୟରେ ଟ୍ରାକ୍ଟର ମାଲିକ ସନ୍ତୋଷ କୁମାର ରାଉଳ(୩୮) ଏବଂ ଟ୍ରାକ୍ଟର ଡ୍ରାଇଭର ସୁଦାମ ଦାସ(୩୦) ରାଜସ୍ବ ନିରୀକ୍ଷକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ ଏବଂ ଜବତ କରାଯାଇଥିବା ଟ୍ରାକ୍ଟର କୁ ବଳପୂର୍ବକ ଭାବେ ନେଇ ଚାଲିଯାଇଥିଲେ।ତେବେ ଏହି ଘଟଣା କୁ ନେଇ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ ଡୁରା ଆରଆଇ ନିରାକାର ସେଠି ସଦର ଥାନାରେ ଅଭିଯୋଗ କରିଥିଲେ।ଏହାକୁ ଆଧାର କରି ସଦର ଥାନା ପୋଲିସ ଉକ୍ତ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା।ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନାରେ କେସ ନଂ-୨୫୨/୨୯ ପ୍ରକାରେ ୟୁ/ଏସ୍-୩୪୧/୨୯୪/୩୫୩/୩୭୯/୫୦୬/୩୪ ଆଇପିସି/ ଆର/ଡବ୍ଲ୍ୟୁ ସେକ୍ସନ ୧୨ ଓଡ଼ିଶା ଖଣିଜ ଦ୍ରବ୍ଯ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ଏବଂ ପଥର ବୋଝେଇ ଟ୍ରାକ୍ଟର କୁ ମଧ୍ୟ ଜବତ କରାଯାଇଛି।ଅଭିଯୁକ୍ତଙ୍କ ମଧ୍ୟରୁ ଟ୍ରାକ୍ଟର ମାଲିକର ଘର ସଦର ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ରାଉଳ ସାହିର ସନ୍ତୋଷ କୁମାର ରାଉଳ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭରର ଘର ହିଞ୍ଜିଳି ଥାନା ଅନ୍ତର୍ଗତ ଶିଙ୍କୁଳିପଲ୍ଲୀ ଗ୍ରାମର ନୃସିଂହ ଦାସଙ୍କ ପୁଅ ସୁଦାମ ଦାସ ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାଏ ଙ୍କ ଠାରୁ ସୂଚନା ମିଳିଛି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here