ପୁଣି ଥରେ ଗଞ୍ଜେଇ ଜବତ ଦୁଇ ଗିରଫ

0
281

ମୋହନ (ନ୍ୟୁଜଏକ୍ସଟ୍ରା) ଓଡିଶା ଗଞ୍ଜେଇ ରାଜ୍ୟ ବାହାରେ ବେଶ୍ ଚାହିଦା ସୃଷ୍ଟି କରିଛି। ସେଥିପାଇଁ ଅନେକ ସମୟରେ ଗଜପତି ଜିଲ୍ଲାରେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଳଣକାରୀଙ୍କୁ ଧରିବାରେ ପୋଲିସ ସଫଳ ହେଉଛି । ଆଜି ପୁଣି ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ଗଜପତି ଜିଲ୍ଲା ଅଡ଼ବା ପୋଲିସ ଗଜପତି ଜ଼ିଲ୍ଲା ଅଡବା ପୋଲିସ ରବିବାର ଭୋର ସମୟରେ ଏସ. ଆଇ ଉତ୍କଳ କେଶରୀ ପ୍ରଧାନ ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ ସମୟରେ ନଳାଘଟ ଅଞ୍ଚଳରୁ ଉକ୍ତ ଏକ କାର(WB0୨ w ୮୧୪୪)ରୁ ୩୫. କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଉକ୍ତ ଗଞ୍ଜେଇ ଅଡବା ଅଞ୍ଚଳରୁ ଝାଡ଼ଖଣ୍ଡ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡ ଗୋଡ଼ ସମୀର ଅନସାରୀ ଏବଂ ବିଦେଶୀ ମଣ୍ଡଳ କୁ ଗିରଫ କରିଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here