ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

0
602

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପୋଲିସ ଏହି ଅଞ୍ଚଳର ଜଣେ ନାବାଳିକା(୧୫)କୁ ଅପହରଣ ଓ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଚିତରଞ୍ଜନ ପ୍ରଧାନ ନାମକ ବ୍ୟକ୍ତିକୁ ଗିରଫ କରିଛି । । ସୂଚନାନୁସାରେ, ନାବାଳିକାଙ୍କ ବାପା ଥାନାରେ ଝିଅ ଘରକୁ ଫେରିନଥିବା ନେଇ ଗତ ୧୫ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତରେ ଭଞ୍ଜନଗରର ଚିତରଞ୍ଜନ ସନ୍ଦେହ ଭିତରକୁ ଆସିଥିଲା । ସେ କିଛିଦିନ ଧରି ଏହି ଗ୍ରାମରେ ଏକ ଟାଟା ମ୍ୟାଜିକ ଗାଡ଼ି ଚଳାଉ ଥିଲା ଓ ଉଭୟଙ୍କ ଚାଲିଚଳଣୀକୁ ନେଇ ସ୍ଥାନୀୟ ଲୋକେ ଚିତ୍ତରଞ୍ଜନ ଉପରେ ସନ୍ଦେହ କରି ସେ ହିଁ ୟାକୁ ଅପହରଣ କରିଥିବ ବୋଲି ଆଲୋଚନା କରିଥିଲେ । ଚିତରଞ୍ଜନ ଝିଅଟିକୁ ସାଙ୍ଗରେ ଧରି ଚୋପ୍ରାଗ୍ରାମକୁ ଆଶୁଥିବା ଖବରପାଇ ପୋଲିସ ସେ ଦୁହୁଁକୁ ଧରି ଥାନାକୁ ଆଣିଥିଲେ । ତଦନ୍ତକାରୀ ମହିଳା ସବଇନ୍ସପେକ୍ଟର ଅମ୍ବିକାବେଣୀୟାଙ୍କ ସୂଚନାନୁସାରେ ସୋମବାର ଦୁହିଁଙ୍କ ବ୍ରହ୍ମପୁର ମେଡିକାଲରେ ଡାକ୍ତରୀ ମଇନା କରାଯାଇ ନାବାଳିକାର ମାଜିଷ୍ଟ୍ରେଟଙ୍କ ପାଖରେ୧୬୪ରେ ବୟାନ ରେକର୍ଡ ପରେ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି । ପୋକସୋ ଆକ୍ଟ ଅନୁସାରେ କେଶ ନମ୍ବର ୧୨୯/୧୯ ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here