ବିପୁଳିଙ୍ଗୀ ଗ୍ରାମ ରେ ମହିଳାଙ୍କୁ ଗଳା କାଟି ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ଘଟଣା ସ୍ଥଳରେ ପହଁଚି ଗଞ୍ଜାମ ଏସପି ଙ୍କ ଅନୁଧ୍ୟାନ

0
217

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମ ର ବଡ଼ ସାହିରେ ବିଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା। ଘର ଛାତ ପଟେ କିଛି ଦୁର୍ବୃତ୍ତ ଆସି ହତ୍ୟା କରିଥିବା କୁହାଯାଉଛି। ମହିଳା ଜଣଙ୍କ ଏକୁଟିଆ ରହିଥିବା ବେଳେ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଇଛନ୍ତି ।

ସୂଚନାନୁଯାୟୀ, ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିର ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ (୫୧ ବର୍ଷ)ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛନ୍ତି। ଘର ଛାତ ପଟେ କିଛି ଦୁର୍ବୃତ୍ତ ଆସି ହତ୍ୟା କରିଛନ୍ତି। ପ୍ରତିଦିନ ପରି ଗତକାଲି ରାତି ୧୦ଟା ବେଳେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ଘରୁ ତାଙ୍କ ଦୋକାନ ଘରକୁ ଯାଇଥିଲେ। ଆଜି ସକାଳୁ ୬ଟା ବେଳେ ଘରେ ପହଞ୍ଚିଲା ବେଳେ ଘରର କବାଟ ପଡିବା ଶହ ଶିକୁଳି ଲାଗିଥିବା ଦେଖିଥିଲେ। ୨ଟି କବାଟର ଶିକୁଳି ଖୋଲି ଘର ଭିତରକୁ ଗଲାବେଳକୁ ସ୍ତ୍ରୀ ସୁପ୍ରଭାର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ରହିଥିବା ଗଡରେଜ୍ ଖୋଲା ରହିଥିଲା। ଗଡରେଜର ସାମଗ୍ରୀ ଏଣେତେଣେ ପଡିରହିଥିଲା। ସୁପ୍ରଭାଙ୍କ ଗଳାକୁ ବାରମ୍ବାର କାଟି ଥିବାରୁ ତାର ମୃତ୍ୟୁ ହୋଇଛି। ଦୁର୍ବୃତ୍ତମାନେ ଘଟଣା ଘଟାଇବା ପରେ ଘର ଦୁଇଟି କବାଟର ଶିକୁଳି ଦେଇ ଛାତ ଉପର ଦେଇ ଚାଲିଯାଇଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିଥିଲେ । ଏହାସହିତ ବିପୁଲିଙ୍ଗୀ ଗ୍ରାମ ରେ ଗଞ୍ଜାମ ଏସପି ଜଗମୋହନ ମୀନା ପହଁଚି ଘଟଣା ର ଅନୁଧ୍ୟାନ କରିବା ସହ କେଉଁ କାରଣ ରୁ ମହିଳାଙ୍କୁ ହତ୍ୟା କରଯାଇଛି ତାହାର ଗତି ଵିଧି ର ତଦାରଖ କରିଥିଲେ,ଛତ୍ରପୁର ଏସଡିପିଓ ଗୌତମ କିଷାନ ଏବଂ ଛତ୍ରପୁର ଥାନା ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ଅନ୍ୟପଟେ ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ମୃତ ମହିଳା ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ କୁ ଛତ୍ରପୁର ଥାନା ଆଣି ଘଟଣା ସମ୍ପର୍କ ରେ ପୋଲିସ ପଚରା ଉଚରା କରୁଥିବା ଜଣାପଡିଛି

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here