ବ୍ରହ୍ମପୁରରେ ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

0
748

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ବର୍ଷର ଦାବି ପୁରଣ ନିମିତ୍ତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରସ୍ତାବ ତଥା ସୁପାରିଶ ବର୍ତମାନ ମଧ୍ୟ ଓଡିଶା ହାଇ କୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ନିଷ୍ପତି ପାଇଁ ପଡି ରହିଛି | ଦକ୍ଷିଣ ଓଡ଼ିଶାର ଦୂର ଦୁରାନ୍ତରେ ବାସ କରୁଥିବା ଅଗଣିତ ଜନସାଧାରଣ ନ୍ୟାୟ ପାଇବା ପାଇଁ ସୁଦୂର କଟକ ସହରକୁ ଯାଇ ନ ପାରି ନୀରବରେ ଅନ୍ୟାୟ ସହିବା ପାଇଁ ବାଧ୍ୟ ହେଉଛନ୍ତି |

ସୂଚନା ଯୋଗ୍ୟ ଯେ ଓଡିଶା ପ୍ରଶାସନିକନ୍ୟାୟାଧିକରଣ ତଥା ଏହାର ବ୍ରହ୍ମପୁର ବେଞ୍ଚ ନିକଟରେ ଉଛେଦ ହେବା ଯୋଗୁଁ କେବଳ ହାଇ କୋର୍ଟ ନିକଟରେ ଏହି ଟ୍ରିବ୍ୟୁନାଲ କ୍ଷମତା ରହିବ,ବ୍ରହ୍ମପୁରରେ ହାଇ କୋର୍ଟ ବେଞ୍ଚ ନ ଥିବା ଯୋଗୁଁ ଏଠାକାର ଜଣ ସାଧାରଣଙ୍କ ପାଇଁ ଘୋର ଅସୁବିଧା ହେଉଛି | ଏଭଳି ପରିସ୍ଥିତିରେ ବ୍ରହ୍ମପୁରରେ ହାଇ କୋର୍ଟ ବେଞ୍ଚ ପ୍ରତିଷ୍ଠା ହୀ ଏକ ମାତ୍ର ବିକଳ୍ପ ଅଟେ | ପ୍ରାୟ ଦୀର୍ଘ ୩୦ ବର୍ଷ ଧରି ଏଠାକାର ଜଣ ସାଧାରଣ ପ୍ରଶାସନିକ ଟ୍ରିବ୍ୟୁନାଲ ଜରିଆରେ ନ୍ୟାୟ ପାଇବା ପାଇଁ ଯେଉଁ ସୁବିଧା ପାଉଥିଲେ, ବର୍ତମାନ ବିନା ବିକଳ୍ପ ବ୍ୟବସ୍ଥାରେ ଏହି ସଂସ୍ଥା ଉଛେଦ ହେବା ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏଥି ପାଇଁ ମାସର ଶେଷ ଚାରି ଦିନ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସଂଘର ସଭାପତି ଶ୍ରୀ ରବି ପାଣିଗ୍ରାହୀ, ସମ୍ପାଦକ ଶ୍ରୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ,ଉପ ସଭାପତି ଶ୍ରୀ ଚିତ୍ତରଞ୍ଜନ ଶତପଥୀ ଓ ସହ ସମ୍ପାଦକ ଶ୍ରୀ କିରଣ ମଣ୍ଡଳଙ୍କ ସଂଯୋଜନାରେ ଆଜି ଏକ ବୈଠକ ଆୟୋଜିତ କରି ଏଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗୃହିତ କରିଛନ୍ତି | ସୁତରାଂ ବ୍ରହ୍ମପୁରରେ ଓଡିଶା ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆମ ରାଜ୍ୟର ମାନ୍ୟବର ମୁଖ୍ୟ ମନ୍ତ୍ରୀ ତଥା ଓଡ଼ିଶା ହାଇ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗଞ୍ଜାମ ଓକିଲ ସଂଘ ଦୃଢ ଦାବୀ ଜଣାଉଛି | ଶତାଧିକ ଓକିଲମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଦାବି ସପକ୍ଷରେ ଧାରଣା ଦେଇଥିଲେ |

LEAVE A REPLY

Please enter your comment!
Please enter your name here