ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ ଓ ରାଜ୍ୟ ରାଜପଥ ଅବରୋଧ

0
291

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)ଚାଷୀଙ୍କୁ ୟୁରିଆ ସାର ଯୋଗାଇବା ସାଙ୍ଗକୁ ସାର ର କଳା ବଜାର ରୋକିବା ଦାବି ନେଇ ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଶତାଧିକ ଚାଷୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ପରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥ ଅବରୋଧ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର ଚାଷୀଙ୍କୁ ଦୀର୍ଘ ଦିନ ଧରି ୟୁରିଆ ସାର ମିଳୁ ନଥିବାରୁ ଚାଷୀଙ୍କ ମକା ଓ ଧାନ ଫସଲ ନଷ୍ଟ ହେବାକୁ ଦୃଷ୍ଟିରେ ରଖି ଆଜି ଆଦିବାସୀ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ଉମରକୋଟ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ଏବଂ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଶତାଧିକ ଚାଷୀ ଉମରକୋଟ ସ୍ଥିତ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାଇଘର-ଉମରକୋଟ-ଜୟପୁର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଆଜି ସୁଦ୍ଧା ଚାଷୀଙ୍କୁ ସାର ନ ଯୋଗାଇଲେ ଅବରୋଧରୁ ହଟିବେ ନାହିଁ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଥିବାବେଳେ ଦୀର୍ଘ ଦିନ ଧରି ଏ ଅଂଚଳରେ ସାର କଳା ବଜାର ହେଉଥିଲେ ମଧ୍ୟ କୃଷି ବିଭାଗ କୌଣସି ପଦକ୍ଷେପ ନେଉ ନଥିବା କହିଛନ୍ତି କଂଗ୍ରେସ ଜିଲ୍ଲା ଉପ-ସଭାପତି ତପନ ଦେବନାଥ । ସେପଟେ ଆନ୍ଦୋଳନ ସ୍ଥଳରେ ଜିଲ୍ଲା କୃଷି ଅଧିକାରୀ, ଉମରକୋଟ ତହସିଲଦାର, ଉମରକୋଟ ଏସଡିପିଓ ଏବଂ ଥାନା ଅଧିକାରୀ ପହଂଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉମରକୋଟ ତହସିଲଦାର ହିମାଂଚଳ ମାଝୀ ।ପ୍ରଶାସନ ତରଫରୁ ଖୁବ ଶୀଘ୍ର ଚାଷୀ ମାନଙ୍କୁ ସାର ଯୋଗାଇ ଦେବାର ପ୍ରତିଶୃତି ପାଇବା ପରେ ଆନ୍ଦୋଳନ ରୁ ଓହରି ଲେ ଆନ୍ଦୋଳନ କାରୀ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here