ବହି ବସ୍ତାନୀ ଓଜନ ହ୍ରାସ ନିୟମର ଖୋଲାଖୋଲି ଅବମାନନା, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।

0
656

ବ୍ରହ୍ମପୁର,୧୧/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସରକାରଙ୍କ ବିରୋଧରେ ଡ଼.କହ୍ନେୟାଲାଲ ଶର୍ମା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବହି ବସ୍ତାନୀ ଓଜନ ହ୍ରାସକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହାପରେ ରାଜ୍ୟ ସରକାର ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବହି ବସ୍ତାନୀ ଓଜନ ୧.୫କେଜି,ତୃତୀୟାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବସ୍ତାନୀ ଓଜନ ୩କେଜି,ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବସ୍ତାନି ଓଜନ ୪କେଜିରୁ କମ, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ବସ୍ତାନୀ ଓଜନ ୪.୫କେଜି ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବସ୍ତାନୀ ଓଜନ ୫କେଜିରୁ ଅଧିକ ନ ହେବାଲାଗି ବିଜ୍ଞାପନ ଜାରି କରିଥିଲେ | ସୋମବାର ଦିନ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ କେ.ଏସ.ଝାବେରୀ ଓ ଜଷ୍ଟିସ ଶ୍ରୀ କେ.ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବସ୍ତାନି ଓଜନ ହ୍ରାସର ଶୁଣାଣି କରିଥିଲେ। ୪ସପ୍ତାହ ମଧ୍ୟରେ ଏହି ନିୟମ କଡାକଡି ଭାବରେ ଲାଗୁ କରିବା ପାଇଁ ପ୍ରତ୍ୟେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ବିଭାଗ ପାଖକୁ କେତେଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇ ଥିଲା ମଧ୍ୟ କୋର୍ଟ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। କିନ୍ତୁ ଏହି ନିୟମ କୌଣସି ସରକାରୀ କିମ୍ବା ଘରୋଇ ବିଦ୍ୟାଳୟ ଠିକ ଭାବେ ପାଳନ କରିବା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। ବାସ୍ତବରେ ଏହି ନିର୍ଦେଶନମା କେତେଦୂର ପାଳନ କରାଯାଇଛି ତାହା ପରଖିବା ପାଇଁ ଆମେ ନ୍ୟୁଜ ଏକ୍ସଟ୍ରା ତରଫରୁ ବ୍ରହ୍ମପୁର ସହରର କେତେକ ଛକ ବୁଲିଲୁ, ଯେଉଁଗୁଡିକ ଅନେକ ସ୍କୁଲର ବସ ଷ୍ଟପ ଓ ପ୍ରତିଦିନ ଛାତ୍ରଛାତ୍ରୀମାନେ ପ୍ରତିଦିନ ସେଠାରୁ ବିଦ୍ୟାଳୟକୁ ଯାଆନ୍ତି | ସେମାନଙ୍କର ବସ୍ତାନୀ ଓଜନ ମାପିଲୁ ଯାହାକି ସରକାରୀ ବିଜ୍ଞାପନରେ ଲେଖାଥିବା ଓଜନଠାରୁ ଢେର ଅଧିକା ଥିଲା | ଖୋଲାଖୋଲି ଭାବେ ନିୟମ ଉଲଂଘନ ପରିଲିକ୍ଷିତ ହେବାସହ ବସ ଷ୍ଟପରେ ଥିବା କିଛି ଅଭିଭାବକମାନେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେମାନଙ୍କ କହିବା ଅନୁସାରେ ଯଦି ପିଲାମାନେ ବିଦ୍ୟାଳୟରେ ଦିଆଯାଇଥିବା ସମୟ ତାଲିକା ଅନୁସାରେ ବହିଖାତା ନେବା ପାଇଁ ବାଧ୍ୟ। ଅଭିଭାବକମାନେ ଏହା ମଧ୍ୟ ଦାବି କରି କହିଲେଯେ ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ନିଜ ତରଫରୁ ଟିମ ପଠାଇ ବିଭିନ୍ନ ବସଷ୍ଟପରେ ବିଦ୍ୟାର୍ଥୀମାନଙ୍କ ବସ୍ତାନି ଓଜନ ମାପ କରିବେ,ତେବେ ପ୍ରକୃତ ତଥ୍ୟ ଜାଣି ପାରିବେ ଓ ପିଲାମାନେ ଉପକୃତ ହୋଇପାରିବେ। ବିଦ୍ୟାଳୟକୁ ଯାଇ ଅନୁଧ୍ୟାନ କରିଲେ ପ୍ରକୃତ ତଥ୍ୟ ପାଇପାରିବେ ନାହିଁ। ଏଣୁ ଏହି ନିୟମକୁ କଡାକଡି ପାଳନ କରାଯିବା ସହ ଖିଲାଫକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଵାର ଆବଶ୍ୟକତା ଥିବା କହିଛନ୍ତି।
Quick Reply

LEAVE A REPLY

Please enter your comment!
Please enter your name here