ସବୁଜ ବାହିନୀର ନିଆରା ଢଙ୍ଗରେ ଦୀପାବଳି ପାଳନ

0
275

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଭିନ୍ନ ଢଙ୍ଗରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଛି । ସଂସ୍ଥା ପକ୍ଷରୁ ଅଯଥା ବାଣ ନ ଫୁଟାଇ ସେହି ଟଙ୍କା ସହରର ପଶୁ ଡାକ୍ତରଖାନା ରେ ଉପଶମ ହେଉଥିବା ବିକଳାଙ୍ଗ ,ନିସ୍ପେଶିତ ଗାଇ ,ବାଛୁରୀ ଓ ଷଣ୍ଢ ଙ୍କୁ ଗୋ ଖାଦ୍ୟ ଦିଆ ଯାଇଥିଲା ଓ ସେବା ନିମନ୍ତେ ଔଷଧ ଦିଆଯାଇଥିଲା ।ସେହି ଭଳି ମଦନମୋହନପୁର ସ୍ଥିତ ନବ ଜୀବନ ଆଶ୍ରମ ପରିସରରେ ଅନାଥ ଶିଶୁ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା ହୋଇଥିଲା । ତତ୍ ସଙ୍ଗେ ସଙ୍ଗେ ଶୀତ ବସ୍ତ୍ର ବଣ୍ଟନ କରଯାଇଥିଲା ।
ଏହି କାର୍ଯ୍ୟକ୍ରମ ରେ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍ ଦିଲ୍ଲିପ କୁମାର, କୋଷାଧକ୍ଷ ଦିପକ ପାତ୍ର, ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ଗଣେଷ ପାଣିଗ୍ରାହୀ, ସତ୍ୟ ନାରୟଣ ଦାସ, ବିଷ୍ଣୁ ଦାସ, ଆଶ୍ରିତ ସରାଫ୍ , ପ୍ରକାଶ କୁମାର ,କେ. କବିତା,କୃଷ୍ଣ ଚନ୍ଦ୍ର ସାହୁ, ପ୍ରବୀଣ ନାୟକ, ପି. ବିନୋଦ ପ୍ରମୁଖ, ନିତ୍ୟ ଗୋପାଳ ମହାରାଜ, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here