ରୋଟାରୀ କ୍ଲବ ତରଫରୁ ସ୍ଵତନ୍ତ୍ର ଅଧିବେଶନ

0
267

ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ଠାରେ ରୋଟାରୀ କ୍ଲବ ସଭାପତି ଭି ଦେବୀ ପ୍ରସାଦ ପାତ୍ର ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବର୍ଗତ ରୋଟାରୀଆନ୍ ଅମୂଲ୍ୟ ଦାଶ ଙ୍କ ଦୂତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଜୁଲାଇ ମାସରେ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଥିବା ୩ ଜଣ ମା ଙ୍କୁ ଯଥା ଖଦାଳ ସାହି ର ସଙ୍ଗୀତ ନାଇକ , ହରିଜନ ସାହି ର ବର୍ଷା ନାଇକ ଏବଂ ବାଙ୍କ ବଜାର ର ଲିଲି ରାଣୀ ପତ୍ର ଙ୍କୁ ଉପଢ଼ୌକନ ଦେବା ସହ ଛୁଆର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇ କିଛି ସାମଗ୍ରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଗିଲ୍ ଦିବସ ଅବସରରେ ଅବସର ପ୍ରାପ୍ତ ସୈନିକ ପ୍ରକାଶ ଚନ୍ଦ୍ର ଡାକୁଆ ଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏବଂ ପାଟୁଳି ସାହି ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀ ଆନ୍ ରାମ ପ୍ରସାଦ ପାଳ, ପ୍ରଦ୍ୟୁମ୍ନ ମଲ୍ଲିକ, ପଞ୍ଚାନନ ମିଶ୍ର, ରଞ୍ଜିତ ବାରିକ, ବସନ୍ତ ପାତ୍ର, ମଧୁସୂଦନ ମହାପାତ୍ର, ସନତ ସୁବୁଦ୍ଧି, ପ୍ରଶାନ୍ତ ସାହୁ, ପବିତ୍ର ପ୍ରଧାନ, ରବୀନ୍ଦ୍ର ପାଣିଗ୍ରାହୀପ୍ରମୁଖ ସହଯୋଗ କରି ନିଜ ନିଜର ସୁଚିନ୍ତିତ ମତ ରଖିଥିବା ବେଳେ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହି ସ୍ବାଗତ ଭାଷଣ ଦେଇଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here