ବିଦ୍ୟୁତ କାଟ ଅଞ୍ଚଳ ସମସ୍ୟା ପ୍ରତିବାଦରେ ନନ୍ଦାହାଣ୍ଡି ବ୍ଳକ ପକ୍ଷରୁ ର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

0
299

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଏ ଅଞ୍ଚଳ ଯଥେଷ୍ଟ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ଏହି ଜିଲ୍ଲାରେ ବହୁଳ ପରିମାଣରେ ଅଘୋଷିତ ବିଦୂତ କାଟ କୁ ବିରୋଧ କରି ସିଧାସଳଖ ରାଜ୍ୟସରକାର ଙ୍କୁ ଟାର୍ଗେଟ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ ! ବିଦ୍ୟୁତ ଶୁଳ୍କର ଅହେତୁକ ବୃଦ୍ଧି ନେଇ ପ୍ରତିବାଦରେ ସ୍ଥାନୀୟ ନନ୍ଦାହାଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନନ୍ଦାହାଣ୍ଡି ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଜରିଆରେ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ତେବେ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବିଦ୍ୟୁତ ଶୁଳ୍କ ବୃଦ୍ଧି,ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭଲଟେଜ ସହ ବିଭିନ୍ନ ସମସ୍ୟା ରହିଥିବା ଜଣାପଡିଛି ଏହି ସମସ୍ୟା ର ତୁରନ୍ତ ସମାଧାନ ପାଇଁ ବିଜେପି କର୍ମୀ ମାନେ ଦାବିପତ୍ର ଦେଇଛନ୍ତି ! ନନ୍ଦାହାଣ୍ଡି ବିଦ୍ୟୁତ ଵିଭାଗ ଜେ ଇ ଅଫିସ ଆସି ନ ଥିବାବେଳେ କିଛି ସମୟ ପାଇଁ ଅଫିସ କୁ ତାଲା ଦେବାସହ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣରେ ବସିଥିଲେ ବିଜେପି କର୍ମୀ, ସରୁଗୁଡାରେ ଜଳ ଯୋଗାଣ ର ବିଦ୍ୟୁତ କାଟିବା ଓ ପଖନାଗୁଡାରେ ବିଦ୍ୟୁତ ସଂଯୋଗ କରିବାପାଇଁ ହୋ ହାଲା କରିଥିଲେ l ଜେଇ ମହାଶୟ ଆସି କ୍ଷମା ପ୍ରାର୍ଥନା କରିବା ସହିତ ତୁରନ୍ତ ସେହି ଦୁଇଟି କାର୍ଯ୍ୟ କରିବାପାଇଁ ନିର୍ଦେଶ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଜିଲ୍ଲା ଉପସଭାପତି ସନାତନ ତ୍ରିପାଠୀ ଡ଼ଙ୍ଗରଭେଜା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ ବରିଷ୍ଟ ବିଜେପି ନେତା ମାର୍ଗଦର୍ଶକ ଶ୍ରୀ ଶରତ ଚନ୍ଦ୍ର ତ୍ରିପାଠୀ 2 ଜଣ ସାଧାରଣ ସମ୍ପାଦକ ଶ୍ରୀନିବାସ ଶତପଥୀ ଓ ରାମଚନ୍ଦ୍ର ବିଶ୍ଶୋଇ କୃଷକ ମୋର୍ଚ୍ଚା ସଭାପତି ପରେଶ ଚନ୍ଦ୍ର ଦାସ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପଣ୍ଡା ମଣ୍ଡଳ ଆଇଟି ସେଲ୍ ପ୍ରମୁଖ ସୈାମ୍ୟକାନ୍ତ ତ୍ରିପାଠୀ ମେଣ୍ଟ୍ରି ସମିତି ସଭ୍ୟ ଟିକି ମାଝୀ ଭାବଗ୍ରାହୀ ବେନ୍ୟା ତାରାପ୍ରସାଦ ତ୍ରିପାଠୀ ଅମିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here