ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଏକ ହଜାର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
253

ବ୍ରହ୍ମପୁର:ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ନୂତନ ବ୍ରହ୍ମପୁର ସ୍ଥିତ ଅର୍ଜୁନ ପାଉଲଟ୍ରି ପରିସରରେ ରବିବାର ଦିନ ଏକ ହଜାର ବିଭିନ୍ନ କିସମର ଚାରା ରୋପଣ କରାଯାଇଛି ।ରୋଟାରୀ ଜିଲ୍ଲା 3262 ର ପୂର୍ବତନ ଗଭର୍ଣ୍ଣର ଶିବବ୍ରତ ଦାଶ ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଅନୁଷ୍ଠିତ ଏକ ସଭାରେ ରୋଟାରୀ ସଭ୍ୟ ମାନେ ନିଜ ନିଜର କିମ୍ବା ନିଜ ଆତ୍ମୀୟଙ୍କ ଜନ୍ମ ଦିନ କିମ୍ବା ବିବାହ ବାର୍ଷିକୀ ଦିବସରେ 2ଟି ଲେଖାଏଁ ଚାରା ରୋପଣ କରିବା ପାଇଁ ଶପଥ ପାଠ କରାଇ ଥିଲେ ।କ୍ଳବର ସଭାପତି କାମରାଜୁ ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବେଶ ଚେୟାରମ୍ୟାନ୍ ପ୍ରଶାନ୍ତକୁମାର ମିଶ୍ର ଓ ସଚେତନତା ଚେୟାରମ୍ୟାନ୍ ୟାଗ୍ନାଶିଷ ମହାପାତ୍ର, ଜିଲ୍ଲା କାର୍ଯ୍ୟନିର୍ବାହୀ ସଂପାଦକ ଶ୍ରୀନିବାସ ପୃଷ୍ଟି, ଏଜି ଅଜୟ କୁମାର ବୈଶ୍ୟରାଜୁ ଅତିଥି ରୂପେ ଯୋଗଦେଇ ରୋଟାରୀ କ୍ଳବ ଇଷ୍ଟ ତରଫରୁ ସଂଗଠିତ ଏଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ଜିଲ୍ଲା ତରଫରୁ ଚଳିତ ଋତୁରେ 5ଲକ୍ଷ ଚାରାରୋପଣ ର ଲକ୍ଷ୍ୟ ଥିବା ସୂଚନା ଦେଇଥିଲେ ।ପାଉଲଟ୍ରି ର ସତ୍ତ୍ଵାଧିକାରୀ ରୋଟାରୀଆନ୍ ଦୂତିକୃଷ୍ଣ ସାହୁଙ୍କ ପ୍ରଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।କ୍ଳବର ସଂପାଦକ ଜୟନ୍ତ କିଶୋର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପୂର୍ବତନ ସଭାପତି ସୁଧାଂଶୁ ଶେଖର ଖଡଗରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏଇ କାର୍ଯ୍ୟକ୍ରମରେ ଇନରହ୍ବିଲ କ୍ଳବ ବ୍ରହ୍ମପୁର ଇଷ୍ଟ ର ସଭାନେତ୍ରୀ ଗାୟତ୍ରୀ ପଟ୍ଟନାୟକ,ଡଃ ସରିତା ବେଗ୍ ରାୟ,ସୁଭାଷିନୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here