୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ, ୩ ଗିରଫ

0
250

ମୋହନା:(ନ୍ୟୁଜ୍ ଏକ୍ସଟ୍ରା) ୨୬୦୦ ଲିଟର ମହୁଲ ପୋଚ ସହ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ। ଗଜପତି ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିର୍ଦ୍ଦେଶକ ବାଳକୃଷ୍ଣ ପରିଡ଼ା ଓ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ମୋହନା ଥାନ ଅନ୍ତର୍ଗତ ଢ଼ିମ୍ବିରିଝୁଳି,ପଥରଗଡ଼ ଇତ୍ୟାଦି ଗ୍ରାମରେ ଅବକାରୀ ଓ ମୋହନା ପୋଲିସଙ୍କ ମିଳିତ ଚଢାଉ କରି ଏହାକୁ ଜବତ କରିଛନ୍ତି।ଏହାସହ ଜବତ ସମସ୍ତ ମହୁଲ ପୋଚ ଓ ଦେଶୀ ରନ୍ଧା ମଦ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ଅନ୍ଯପଟେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦିପୁଟୁ ଗ୍ରାମର ବଲେନ୍ଦ୍ର ବିଷୋୟୀ। ତାଙ୍କ ନିକଟରୁ ୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ବେଲପଡା ଗ୍ରାମର ପ୍ରତାପ ମଲିକଙ୍କ ନିକଟରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ସେହିପରି ଚାନ୍ଦିପୁଟୁ ଗ୍ରାମର ରତ୍ନମଣୀ ମଲିକଙ୍କ ନିକଟରୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି।ଢ଼ିମ୍ବିରିଝୁଳି ଗ୍ରାମର ପୂର୍ବ ଦିଗ ନାଳ ନିକଟରୁ ୧୪୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି ଓ ପଥରଗଡ଼ ଗ୍ରାମର ପଶ୍ଚିମଦିଗ ନାଳ ନିକଟରୁ ୧୨୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି । ଏହା ସମେତ ୧୨ ଗୋଟି ପୋଚ ଡ୍ରମ, ୪ ଗୋଟି ରସଡେକ୍ଚି ଓ ମଦ ରନ୍ଧା ସାମଗ୍ରୀ ଜବତ କରି ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଏହି ଚଢାଉରେ ଆର.ଉଦୟଗିରି ଅବକାରୀ ବିଭାଗ ଅଧିକାରୀ ବିଙ୍ଗରାଜ ଦାମି ଓ ଏ ଏସ ଆଇ କିଶ୍ଵର ରଥ , ଚିତ୍ତ ରଞ୍ଜନ ଜେନା , ଘନଶ୍ୟାମ ଜେନା ଓ ଅନ୍ୟ ସମସ୍ତ କର୍ମଚାରୀ ଏହି ଚଢାଉରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here