ଅବକାରୀ ଓ ପୁଲିସ ମିଳିତ ଚଡାଉ ରେ ବିପୁଳ ପରିମାଣର ମଦ ଓ ପୋଚ ଜବତ , ଜଣେ ଗିରଫ

0
345

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଡ଼ିଙ୍ଗା ପୁଲିସ ର ମିଳିତ ଚଡାଉ କରି ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯିବା ସହ ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବିରିଗୁଡା , ଡୁରୁକାଗୁଡା , ଭଣ୍ଡିଆ , ଡଙ୍ଗରା ଓ ଛାଲିପିଟା ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୪୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୫୦୦ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଚୋରା ମଦ କାରବାର ରେ ସମ୍ପୃକ୍ତ ଛାଲିପିଟା ଗ୍ରାମର ରାମସିଂ କଲାର ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , କୋଡ଼ିଙ୍ଗା ଥାନା ଏଏସଆଇ ଗୌର ଚନ୍ଦ୍ର ମିଶ୍ର , ଏଏସଆଇ ମୋନରଞ୍ଜନ ସ୍ୱାଇଁ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ ଓ କୋଡ଼ିଙ୍ଗା ଥାନା କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here